106

କରୋନା ଶୀଘ୍ର ଦୂର ହେବ, ପୁଣି ସ୍କୁଲରେ ଘଂଟା ବାଜିବ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର୧୫/୮ : ଆଜି ୭୪ତମ ସ୍ଵାଧୀନତା ଦିବସରେ ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।   ପତାକା ଉତ୍ତୋଳନ ସହ ମୁଖ୍ୟମନ୍ତ୍ରୀ ଉଦବୋଧନ ମଧ୍ୟ ବୀର ଯବାନମାନଙ୍କୁ   ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କରୋନା ମୁକାବିଲା ପାଇଁ ସାହସର ସହ କାମ କରିବାକୁ ଆହ୍ୱାନ ଦେଇଛନ୍ତି। କରୋନା ମୁକାବିଲା ପାଇଁ ବିଭିନ୍ନ ଜିଲାରେ କୋଭିଡ଼ ହସ୍ପିଟାଲ ହୋଇଛି। କେହି ମଧ୍ୟ ଟଙ୍କା ଅଭାବରୁ କରୋନା ଚିିକିତ୍ସାରୁ ବଂଚିତ ହେବେ ନାହିଁ। କରୋନା ଯୋଦ୍ଧାଙ୍କ ସେବାର ତୁଳନା ନାହିଁ। କରୋନା ଯୋଦ୍ଧାଙ୍କ ପାଇଁ ସାରା ଦେଶରେ ଅପେକ୍ଷା ଆମର ମୃତ୍ୟୁ ହାର କମ ରହିଛି। ରାଜ୍ୟରେ ପ୍ଲାଜମା ଥେରାପି ଚିକିତ୍ସା ପାଇଁ ପ୍ଲାଜମା ବ୍ୟାଙ୍କ ହୋଇଛି। କେବଳ ଭାରତ ନୁହେଁ ସାରା ବିଶ୍ୱ ପାଇଁ ସଙ୍କଟ ଆଣିଛି କରୋନା। ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି, ପର୍ଯ୍ୟଟନ, ପରିବହନ ସେବା ପ୍ରଭାବିତ ହୋଇଛି। ବିଶ୍ୱର କୋଟି କୋଟି ଲୋକ କରୋନା ପାଇଁ ଜୀବିକା ହରାଇଛନ୍ତି। ଭ୍ୟାକ୍ସିନ ଆସି ସାରିଲେ ହିଁ କରୋନା ନିୟନ୍ତ୍ରଣକୁ ଆସିପାରିବ। କ୍ଷତି ଭରଣା ପାଇଁ ସମସ୍ତଙ୍କୁ ସାହସର ସହ କାମ କରିବାକୁ ପଡ଼ିବ। ମୋର ବିଶ୍ୱାସ କରୋନା ଶୀଘ୍ର ଦୂର ହେବ , ପୁଣି ସ୍କୁଲରେ ଘଂଟା ବାଜିବ।
Spread the love