96

ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ମଜଭୁତ ଲାଗି ରାଜନାଥ ଘୋଷଣା

ନୂଆଦିଲ୍ଲୀ,୯/୯(ଓଡିଆନ ମିଡିଆ ): ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ମଜଭୁତ ସହିତ ଆତ୍ମନିର୍ଭରଶୀଳ କରିବା ଲାଗି ରାଜନାଥ ଘୋଷଣା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ବର୍ତ୍ତମାନ ଆତ୍ମନିର୍ଭର ଭାରତ ପାଇଁ ବଡ଼ ପଦକ୍ଷେପ ନେଇଥିବା କୁହାଯାଇଛି। ପ୍ରତିରକ୍ଷା ଉତ୍ପାଦନର ସ୍ୱଦେଶୀକରଣକୁ ବଢ଼ାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ୧୦୧ଟି ଉପକରଣ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ସ୍ବଦେଶୀ ଜ୍ଞାନକୌଶଳରେ ଅଧିକରୁ ଅଧିକ ଉପକରଣ ନିର୍ମିତ ହେବ। ଆର୍ଟିଲରୀ ଗନ୍‌ ଏବଂ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଅନ୍ୟ ଦେଶରୁ ଆମଦାନୀ କରାଯିବ ନାହିଁ। ସେହିପରି ଏଲସିଏଚ ଏବଂ ରାଡାର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ ହେବ। ଆଗାମୀ ୬/୭ ବର୍ଷ ମଧ୍ୟରେ ଏଥିପାଇଁ ୪ ଲକ୍ଷ କୋଟିର ଏମଓୟୁ ହେବ ବୋଲି ସୂଚନା ମିଳିଛି।  ଆମ ଦେଶରେ ତିଆରି ହେବ ପ୍ରତିରକ୍ଷା ଉପକରଣ। ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରାଯିବ। ବିଦେଶରୁ ଆମଦାନୀ ହେଉଥିବା ପ୍ରତିରକ୍ଷା ଉପକରଣ ଏବଂ ଅସ୍ତ୍ରଶସ୍ତ୍ର ଆମ ଦେଶରେ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏଣିକି ପ୍ରତିରକ୍ଷା ଉପକରଣ ଲାଗି ଅନ୍ୟାନ୍ୟ ଦେଶଗୁଡ଼ିକ ଉପରେ ଭାରତ ନିର୍ଭରଶୀଳ ହେବ ନାହିଁ। ପ୍ରାଥମିକ ପର୍ଯ୍ୟାୟରେ ୧୦୧ ପ୍ରକାର ପ୍ରତିରକ୍ଷା ଉପକରଣ ଦେଶରେ ତିଆରି ହେବ ବୋଲି ରାଜନାଥ ରବିବାର ଟ୍ବିଟ୍‌ ଯୋଗେ ଘୋଷଣା କରିଛନ୍ତି।

Spread the love