246

ଯେତେବେଳେ ଯାଏଁ ପବନ ଥିବ ସେତେବେଳେ ଯାଏଁ …

 ଏକଦା କିଛି  ପିଲା ପଡିଆରେ ଫୁଟବଲ ଖେଳୁଥିଲେ । ଏହି ସମୟରେ ଜଣେ ସାଧୁ ସେଇ ବାଟେ ଦେଇ ଯାଉଥିଲେ । ଗୋଟିଏ  ବାଳକ ଉଚ୍ଛୁକତା ର ସହ ଦଉଡି ଆସି ସାଧୁଙ୍କୁ ପଚାରିଲା  ଏହି ଫୁଟବଲ  କଣ  ଭୁଲ କରିଛି , ଯେ ଖେଳୁଥିବା ସବୁ ପିଲାଙ୍କଠାରୁ ଗୋଇଠା ମାଡ ଖାଉଛି । କିଛି ସମୟ ନିରବ ରହି ସାଧୁ ଜଣକ କହିଲେ ଏ ପେଣ୍ଡୁ ରେ ଯେତେବେଳେ ଯାଏଁ ପବନ ଥିବ ସେତେବେଳେ ଯାଏଁ ସେ ଏହି ପରି ଗୋଇଠା ମାଡ ଖାଉଥିବ । କିନ୍ତୁ ତା ଦେହରୁ ଯେତେବେଳେ ପବନ ବାହାରିଯିବ ତାକୁ କେହି ଆଉ ଗୋଇଠା ମାରିବେ ନାହିଁ । ଠିକ ସେହି ପରି ଯେତେବେଳେ ଯାଏଁ ମଣିଷ ମନରେ ଅହଂକାର ରୂପକ ପବନ ଭର୍ତି ହୋଇଥିବ ସେତେବେଳେ ଯାଏଁ ସେ କେବଳ ଦୁନିଆ ରୂପକ ଖେଳ ପଡିଆରୁ ଠୋକର ହିଁ ଖାଉଥିବ , ଆଉ ଯେତେବେଳେ ତା ମନରୁ ଅହଂକାର ବାହାରି ଯିବ ସେତେବେଳେ ତାକୁ ଆଉ ଠୋକର ଖାଇବାକୁ ପଡିବ ନାହିଁ ।
Spread the love