ମସ୍କୋ ୦୭/୦୮ : ଅଗଷ୍ଟ ୧୦ ରୁ ୧୨ ତାରିଖ ମଧ୍ୟରେ କରୋନା ଭ୍ୟାକସିନ ବଜାରକୁ ଆସିବ । ଏହା ଦୁନିଆର ପ୍ରଥମ କରୋନା ଭ୍ୟାକସିନ | ଋଷ ତରଫରୁ ପୂର୍ବରୁ କୁହାଯାଇଥିଲା ଯେ ଅଗଷ୍ଟ ୧୫-୧୬ ତାରିଖରେ ଭ୍ୟାକସିନ ଆସିବ | ଏହି ଭ୍ୟାକସିନକୁ ଗାମାଲିୟା ରିସର୍ଚ୍ଚ ସେଣ୍ଟର ଅଫ ଏପିଡେମୋଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ପ୍ରସ୍ତୁତ କରିଛି | ସ୍ପୁତନିକ ନ୍ୟୁଜ ସୁରକ୍ଷା ମନ୍ତ୍ରାଳୟ ତରଫରୁ କହିଛି ଯେ ଏହି ଟୀକା ଦେବା ପରେ ସକାରାତ୍ମକ ଫଳାଫଳ ଆସିଥିଲା | ପରୀକ୍ଷଣ କରାଯାଇଥିବା ବ୍ୟକ୍ତିଙ୍କ ପ୍ରତିରୋଧ କ୍ଷମତା ଉପରେ ଭଲ ରେଜଲ୍ଟ ଆସିଥିଲା | ବ୍ୟକ୍ତିଙ୍କ ଠାରେ କୌଣସି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ପରିଲକ୍ଷିତ ହୋଇନଥିଲା | କିନ୍ତୁ ଭ୍ୟାକସିନ ପ୍ରଥମେ ଫ୍ରଣ୍ଟଲାଇନ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ |