106

ଭାରତ ଋଷିଆଠୁ କିଣିବ ୧୦ କୋଟି କରୋନା ଟିକା

ନୂଆଦିଲ୍ଲୀ,୧୬/୦୯:    ଋଷିଆଠୁ ଭାରତ ଆଣିବ କୋଭିଡ୍-୧୯ ସ୍ପୁଟନିକ୍-ଭି ଭାକସିନ୍‌ର ୧୦୦ ମିଲିୟନ ଡୋଜ୍ । ପ୍ରମୁଖ ଫାର୍ମା କମ୍ପାନୀ ଡାକ୍ତର ରେଡ୍ଡି ଲ୍ୟାବ୍ ଏହି ଭାକସିନ୍ କିଣିବ ବୋଲି ସୂଚନା ମିଳିଛି । ଏହି ଭାକସିନର କ୍ଲିନିକାଲ ଟ୍ରାଏଲ୍ ଭାରତରେ ମଧ୍ୟ ଆରମ୍ଭ ହେବ । ଏପରିକି ଡାକ୍ତର ରେଡ୍ଡି ଲ୍ୟାବ୍ ଓ ଋଷ ମିଳିତ ଭାବେ ଏହାର ପରୀକ୍ଷଣ କରିବେ । ତେବେ ଡିଜିସିଆଇର ଅନୁମୋଦନ ପରେ ହିଁ ପରୀକ୍ଷଣ ଓ ଭାକସିନ୍ ଯୋଗାଣରୁ ମଞ୍ଜୁରୀ ମିଳିବ । ଋଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ଭାକସିନ୍ ଯୋଗାଣ ନେଇ କାଜାକିସ୍ତାନ, ବ୍ରାଜିଲ୍ ଓ ମେକ୍ସିକୋ ସହ ଚୁକ୍ତି ସ୍ୱାକ୍ଷରିତ କରିସାରିଛି । ଏବେ ଭାରତ ସହ ମଧ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।କରୋନା ଭାକସିନ୍ ଋଷିଆ ସର୍ବପ୍ରଥମେ ବାହାର କରିଥିବା ଦାବି କରୁଛି । ଏହି ଭାକସିନକୁ ୪୦ ହଜାର ଲୋକଙ୍କ ଉପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଉଛି । ଅଗଷ୍ଟ ୨୬ରୁ ଏହି ପରୀକ୍ଷଣ ଆରମ୍ଭ ହୋଇଛି । ରୁଷ୍‌ର ସାର୍ବଭୌମ ସମ୍ପଦ ପାଣ୍ଠି ‘ଆର୍‌ଡିଆଇଏଫ୍’ କହିଛି ଯେ, ଭାରତରେ ଟିକାର ନୈଦାନିକ ପରୀକ୍ଷା ଓ ବଣ୍ଟନ ନିମନ୍ତେ ‘ଡକ୍ଟର୍ ରେଡ୍ଡୀସ୍‌ ଲ୍ୟାବ୍‌’କୁ ସହଯୋଗ କରିବାକୁ ସେ ରାଜି ହୋଇଛି। ନିୟନ୍ତ୍ରକଙ୍କ ଅନୁମୋଦନ ପାଇବା ମାତ୍ରେ ହିଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ‘ଆର୍‌ଡିଆଇଏଫ୍’ କହିଛି।
Spread the love