102

ଲୋକସଭାର ୫ ସାଂସଦ କରୋନା ପଜିଟିଭ

ନୂଆଦିଲ୍ଲୀ,୧୩।୯: ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ତା ପୂର୍ବରୁ କରାଯାଇଥିବା କରୋନା ଟେଷ୍ଟିଂରେ ୫ ଜଣ ସାଂସଦ କରୋନା ପଜିଟିଭ ଜଣାପଡିଛନ୍ତି। ଏବେ ଆହୁରି ସାଂସଦଙ୍କର କରୋନା ଟେଷ୍ଟ ଚାଲିଛି। ଏଥର କରୋନା ସଙ୍କଟ କାରଣରୁ ସଂସଦର ମୌସୁମୀ ଅଧିବେଶନରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ। ସଂସଦରେ ଅଧିବେଶନ ସମୟରେ କରୋନା ଗାଇଡଲାଇନର ପାଳନ କରାଯିବ। ଲୋକସଭାର ପ୍ରତିଦିନ ୪ ଘଣ୍ଟା ବସିବ। ଏଭଳି ସ୍ଥିତିରେ ଶୂନ୍ୟକାଳର ସମୟସୀମାକୁ କମ୍ କରି ଅଧଘଣ୍ଟା କରିଦିଆଯାଇଛି। ପ୍ରଶ୍ନ ଉତ୍ତର ମଧ୍ୟ ଲିଖିତ ଭାବରେ ଦିଆଯିବ।
Spread the love