76

ସେପ୍ଟେମ୍ବର ୬ରେ ପୃଥିବୀ ନିକଟ ଦେଇ ଅତିକ୍ରମ କରିବ କ୍ଷୁଦ୍ର ଗ୍ରହ

ଭୁବନେଶ୍ୱର ୦୬/୦୯: ଆଜି  କ୍ଷୁଦ୍ର ଗ୍ରହ ପୃଥିବୀର କକ୍ଷ ପଥକୁ ଅତିକ୍ରମ କରିବାର ସମ୍ଭାବନା ରହିଛି।। ଏହି ଗ୍ରହାଣୁର ନାମ ୪୬୫୮୨୪, ୨୦୧୦ ଏଫ୍‌ଆର୍‌। ଯାହାକୁ ୨୦୧୦ ମାର୍ଚ୍ଚ ୧୮ରେ ଆବିଷ୍କାର କରାଯାଇଥିଲା ବୋଲି କହିଛନ୍ତି ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ । ସେ କହିଛନ୍ତି, ସେପ୍ଟେମ୍ବର ୬ ଅପରାହ୍ନ ୨ଟା ୮ରେ ଏହା ପୃଥିବୀର ସବୁଠାରୁ ନିକଟତର ହେବ। ସେତେବେଳେ ଏହାର ଦୂରତା ପ୍ରାୟ ୭୭ଲକ୍ଷ କିଲୋମିଟର ଅର୍ଥାତ୍‌ ପୃଥିବୀ-ଚନ୍ଦ୍ର ଦୂରତାର ପ୍ରାୟ ୧୯ଗୁଣ ଦୂରତାରେ ରହିବ। ହାରାହାରି ବେଗ ଘଣ୍ଟା ପ୍ରତି ୫୧,୦୦୦କିମି ରହିଛି। ଏହା ୧୨୦ମିଟର ଚଉଡ଼ା ଏବଂ ୨୭୦ମିଟର ଲମ୍ବା। ଏହା ୪୩୯ଦିନରେ ଥରେ ସୂର୍ଯ୍ୟ ଚାରିପଟେ ବୁଲିଆସୁଛି । ପ୍ରତି ୪ରୁ ୬ବର୍ଷରେ ଥରେ ପୃଥିବୀର ନିକଟତର ହୋଇଥାଏ ।

 

Spread the love