Skip to content
ବ୍ରହ୍ମପୁର,୪/୯(ମନୋଜ ପାତ୍ର):ଟ୍ରାଫିକ ସମସ୍ୟା ବ୍ରହ୍ମପୁର ସହର ପାଇଁ ମୁଣ୍ଡ ବ୍ୟଥା ସାଜିଛି ।ଏହାର ସମାଧାନ ନିମନ୍ତେ ପ୍ରଶାସନ ପଦେକ୍ଷପ ସମସ୍ୟା ସମାଧାନ କରିବା ପାଇଁ ବିଫଳ ହେଉଥିବା ଦେଖିବାକୁ ମିଳୁଛି ।ବଡବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ଛକରେ ଓଡି( ୦୭ଏମ ୫୫୪୭) ଏକ ୧୦ ଚକିଆ ସାମଗ୍ରୀ ବୋଝେଇ ଟ୍ରକ ରାସ୍ତା ମଝିରେ ଅଟକି ରହିବା ହେତୁ ଅସମ୍ଭାଳ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା ।ଟ୍ରକ ଅଟକି ରହିବା ଦ୍ୱାରା ଦୀର୍ଘ ୧ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ରାସ୍ତା ଅବରୋଧ ପରି ପରିସ୍ଥିତି ସୃଷ୍ଟି ହୋଇଥିଲା ।ବିଭିନ୍ନ ଜିଲ୍ଲାରୁ ଆସୁଥିବା ଲୋକଙ୍କ ପାଇଁ ଫାଷ୍ଟଗେଟ ମୁଖ୍ୟ ପ୍ରବେଶ ପଥ ରହିଛି ।ଫଳରେ ବିଭିନ୍ନ କାର୍ଯ୍ୟ ନିମନ୍ତେ ଆସିଥିବା ଲୋକଙ୍କୁ ଟ୍ରକ ଚାଳକଙ୍କ ଅସାବଧାନତା କାର୍ଯ୍ୟ ପାଇଁ ବହୁ ଅସୁବିଧା ସମ୍ମୁଖୀନ ହେବାକୁ ପଡିଛି ।କିନ୍ତୁ ଏହି ଭିଡ଼ ମଧ୍ୟରେ ଦୁଇଟି ଆମ୍ବୁଲାନ୍ସ ଗାଡି ରୋଗୀ ଧରି ମେଡ଼ିକାଲ ଯିବା ବେଳେ ଫସି ରହିଥିଲା ।ଫଳରେ ଜରୁରୀ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଆସିଥିବା ରୋଗୀ ଚିକିତ୍ସା ସେବା ମିଳିବା ମଧ୍ୟ ସମ୍ଭବ ହେଲାନାହିଁ ।ଏହିଭଳି ଅବହେଳିତ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।ସେହିଭଳି ବଡବଜାର ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ଏହିଭଳି ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି ।