91

ବନ୍ୟା ପରବର୍ତୀ ସହାୟତା ନେଇ ରାଜନଗର ବିଧାୟକଙ୍କ ସମୀକ୍ଷା

ରାଜନଗର,୧ା୯(ପ୍ରିୟବ୍ରତ ଓଝା); ରାଜନଗର ବ୍ଲକରେ ବନ୍ୟା ପରବର୍ତୀ ସ୍ଥିତି ନେଇ ସମୀକ୍ଷା କରିଛନ୍ତି ବିଧାୟକ ଧ୍ରୁବ ସାହୁ । ବ୍ଲକ ପରିସରରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ତହସିଲଦାର ଭୋଳାନାଥ ସେଠୀ, ଏବିଡିଓ ଶ୍ରୀକାନ୍ତ କୁମାରମହାନ୍ତି, ଡାକ୍ତର ରଶ୍ମିରଞ୍ଜନ ମହାନ୍ତି, ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଦେବୀପ୍ରସାଦକୁଣ୍ଡ, ବ୍ଲକ ସହକାରୀ ଯନ୍ତ୍ରୀ ଜଳଧର ବେହେରା, ବ୍ଲକ ଯୋଗାଣ ଅଧିକାରୀ ଦେବୀପ୍ରସାଦ ଦାଶ, ଗ୍ରାମ୍ୟ ପାନୀୟଜଳ ଯୋଗାଣ ଯନ୍ତ୍ରୀ ଅସିତ ସୁନ୍ଦରରାୟ, ରାଜସ୍ୱ ସୁପରଭାଇଜର ବୈଷ୍ଣବ ଚରଣ ଦ୍ୱିବେଦୀ, ଭିତରଗଡ ରାଜସ୍ୱ ନିରୀକ୍ଷକ ଲାଲୁବିକ୍ରମ ଚୈାଧୂରୀ, କେରଡାଗଡ ରାଜସ୍ୱ ନିରୀକ୍ଷକ ଦୀପକବେହେରା , ପଚାଂୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟକୁମାର ସେଠୀ, ବିବେକାନନ୍ଦ ମଳିକ ଓ କ୍ଷୀରୋଦକୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ବିଧାୟକ ଶ୍ରୀ ସାହୁ ବନ୍ୟା କ୍ଷତିଗ୍ରସ୍ତଙ୍କ ନିକଟରେ ମେଡିକାଲ ଟିମ ପହଁଚି ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ବୁଝିବାକୁ କହିଥିଲେ । ବନ୍ୟା ପରେ ବିଭିନ୍ନ ସଂକ୍ରାମକ ରୋଗ ପ୍ରତି ଲୋକମାନଙ୍କୁ ସଚେତନ କରିବା ସହ ପାନୀୟ ଜଳ ବିଶେଷ କରି ଯେଉଁ ନଳକୂପ ଗୁଡିକ ବୁଡିଯାଇଥିଲା ସେଗୁଡିକୁ ବିଶୋଧନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ବନ୍ୟା ବିପନ୍ନଙ୍କ ପାଇଁ ଘୋଷଣା କରିଥିବା ୫୦କି.ଗ୍ରା ଚାଉଳ ଓ ୫ଶହ ଟଙ୍କା କିଭଳି ଠିକ ଭାବେ ପ୍ରତି ପରିବାର ପାଇବେ ସେନେଇ ବିସ୍ତୃତ ଆଲୋଚନା କରିଥିଲେ । ଯେଉଁ ମାନଙ୍କର ରେସନକାର୍ଡ ନାହିଁ ସେମାନେ ଯେଭଳି ବଂଚିତ ନହୁଅନ୍ତି ଦୃଷ୍ଟିଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ରାଜସ୍ୱ ନିରୀକ୍ଷକ, ପଚାଂୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅଙ୍ଗନୱାଡି କର୍ମୀ ସାମିଲ ହୋଇ ଯେଉଁ ମାନଙ୍କର ରେସନକାର୍ଡ ନାହିଁ, ସେମାନଙ୍କର ତାଲିକା ପ୍ରସ୍ତୁତ କରିବେ । ସେଥିରୁ କେହି ଭୂଲକ୍ରମେ ବାଦ ପଡିଥାନ୍ତି ସେମାନେ ବିଡିଓଙ୍କୁ ଆବେଦନ କରିପାରିବେ ବୋଲି ଲୋକମାନଙ୍କୁ ଅବଗତ କରିବାକୁ ଅଧିକାରୀ ମାନଙ୍କୁ ନିଦ୍ଦେର୍ଶ ଦେଇଥିଲେ । ବ୍ଲକକୁ ଆସିଥବା ୪୦କ୍ୱିଂଟାଲ ଚୁଡା, ୫୦କାର୍ଟୁନ ବିସ୍କୁଟ, ୨୦ମେଟ୍ରିକଟନ ଗୋଖାଦ୍ୟ ବଣ୍ଟନ କରାଯିବ ଏନେଇ ଆଲୋଚନା କରାଯିବ । ଆହୁରି ଗୋଖାଦ୍ୟ ଆବଶ୍ୟକ ଥିବାରୁ ଜିଲ୍ଲା ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବେ ବୋଲି କହିଥିଲେ ।

Spread the love