ବ୍ରହ୍ମପୁର,୨୯/୦୮(ମନୋଜ ପାତ୍ର): ବ୍ରହ୍ମପୁର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ରକ୍ତ ଭଣ୍ଡାରର ମିଳିତ ଆନୁକୂଲ୍ୟରେ “ଆସନ୍ତୁ… ଗଢିବା ରକ୍ତ ସମ୍ପର୍କ” ନାମରେ ଏକ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି।ଚଳିତ ବର୍ଷ କରୋନା ମହାମାରୀ ପ୍ରଭାବରୁ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଥିବା ବେଳେ ରୋଗୀମାନେ ଚିକିତ୍ସାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ବିଶେଷ ଭାବେ ଗର୍ଭବତୀ ମହିଳା ଓ ଥାଲାସେମିଆ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଅସୁବିଧାକୁ କିଛି ମାତ୍ରାରେ ହ୍ରାସ କରିବାପାଇଁ ଏହି ନିଆରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।ଏହି କାର୍ଯ୍ୟକ୍ରମର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉ ରକ୍ତଦାତାମାନେ କେନ୍ଦ୍ରକୁ ଆସି ରକ୍ତଦାନ କରିବେ l ଆଜିର ଏହି ଶିବିରରେ ୨୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ସମୁଦାୟ ୧୧ ଗୋଟି ଶିବିରରେ ୨୦୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି l ଏହି କାର୍ଯ୍ୟକ୍ରମରେ ରକ୍ତ ଭଣ୍ଡାରର ଡାକ୍ତର ପ୍ରଶନ୍ନ ରଥ , ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ ,ସତ୍ୟନାରାୟଣ ଦାସ ଓ ବିଷ୍ଣୁପ୍ରସାଦ ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଶ୍ବବ୍ୟାପି କରୋନା ମହାମାରୀ ପ୍ରଭାବରେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଯାଇଛି ।ଫଳରେ ସମସ୍ତ ସ୍ବେଚ୍ଛାସେବୀ ସଂଗଠନ ଓ ଜନସାଧାରଣ ମାନଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ମଧ୍ୟ ଏଭଳି ମହତ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜେ ରକ୍ତଦାନ କରିବା ସହ ଅନ୍ୟ ଜଣଙ୍କର ଜୀବନ ବଞ୍ଚେଇବା ପାଇଁ ନିବେଦନ କରାଯାଇଛି ।
120