101

ବ୍ରହ୍ମପୁର: ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୯ଟି ଦୋକାନ ସିଲ୍

ବ୍ରହ୍ମପୁର ୨୫/୮(ଓଡିଆନ ମିଡ଼ିଆ): କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୯ ଟି ଦୋକାନ ସିଲ୍ ।  ଜିଲ୍ଲାରେ କଟକଣା କୋହଳ କରାଯାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବାରୁ କଟକଣା କୋହଳ କରାଯାଇଛି । କିନ୍ତୁ କୋଭିଡ୍ ନିୟମ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଥିଲେ ।  ଦୋକାନୀ ମାନଙ୍କୁ ପଞ୍ଚସୂତ୍ରୀ ନିୟମ କଡାକଡି ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଥିଲେ । କିନ୍ତୁ ପଞ୍ଚସୂତ୍ରୀ ନିୟମକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଜିଲ୍ଲା ପ୍ରଶାସନ ଚଢାଉ କରି ୯ ଟି   ଦୋକାନକୁ ସିଲ୍ କରିଥିବା ସୂଚନା ମିଳିଛି ।
Spread the love