Skip to content
ବାରମ୍ବାର ପରିସ୍ରା ଲାଗିବାକୁ ଏକ ସମସ୍ୟା ବା ରୋଗ କୁହାଯାଇପାରେ। ପରିସ୍ରା ସଂକ୍ରମଣ, ପରିସ୍ରା ଗୋଳିଆ ପଡ଼ିବା,ପ୍ରୋଷ୍ଟେଟ ଗ୍ରନ୍ଥି ବୃଦ୍ଧି ତଥା ମଧୁମେହ ଆଦି କାରଣରୁ ସାଧାରଣତଃ ବାରମ୍ବାର ପରିସ୍ରା ଲାଗିଥାଏ ଓ ଯିବାକୁ ମଧ୍ୟ ପଡ଼ିଥାଏ । ସର୍ବପୁରାତନ ଆୟୁର୍ବେଦ ଶାସ୍ତ୍ରରେ ଏହି ସମସ୍ୟାର ଏକ ସୁନ୍ଦର, ସରଳ ଓ ଅତ୍ୟନ୍ତ ପ୍ରଭାବୀ ଚିକିତ୍ସା ବର୍ଣ୍ଣିତ ଅଛି। ଅଁଳା ସ୍ବରସ ୨୦ମିଲି ସହ ଏକ ଚାମଚ ମହୁ ମିଶାଇ ଖାଲି ପେଟରେ ସକାଳ ଓ ସନ୍ଧ୍ୟାରେ ସେବନ କରିଲେ ଏହି ସମସ୍ୟାରେ ଆଶ୍ଚର୍ଯ୍ୟ କରିବା ଭଳି ସୁଫଳ ମିଳିଥାଏ। ଅଁଳା ସ୍ଵରସ ନ ମିଳିରେ ଚୂର୍ଣ୍ଣ ବ୍ୟବହାର କରିହେବ । ଜାଣି ରଖିବା ଉଚିତ ଯେ , ଅଁଳାରେ ଥିବା ସ୍ବତନ୍ତ୍ର ଔଷଧୀୟ ତତ୍ତ୍ଵ ଆମ ଶରୀରର ମୁତ୍ରବହ ସସ୍ଥାନକୁ ସୁଦୃଢ ତଥା ବଳଶାଳୀ କରିଥାଏ । ଫଳରେ ଏହା ଅତି ଅଳ୍ପ ଦିନରେ ବହୁମୂତ୍ର ପରି ସମସ୍ୟା ରେ ସୁଫଳ ମିଳିଥାଏ ।
-ଡାକ୍ତର ବି. କେ. ପ୍ରଶାନ୍ତ କୁମାର