Skip to content
ଭୁବନେଶ୍ୱର,୨୨ା୮( ଓଡିଆନ ମିଡ଼ିଆ): ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇ କହିଛନ୍ତିଯେ, ଭୁବନେଶ୍ୱରରେ ସଂକ୍ରମଣ ପ୍ରାୟ ଶୀର୍ଷରେ ଅଛି । ତେଣୁ ବର୍ତ୍ତମାନ ଆମକୁ ଅଧିକ ସଜାଗ ରହିବାକୁ ହେବ । ବିଏମସି ଅଞ୍ଚଳରେ ୪ହଜାରରୁ ଅଧିକ ଶଯ୍ୟା ରହିଛି । ୪୦ ପ୍ରତିଶତ ଶଯ୍ୟା ଏବେ ବି ଖାଲି ଅଛି । ଅନ୍ୟପଟେ ହୋମ ଆଇସୋଲେସନ ରହି ପ୍ରାୟ ୬ଶହ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ୮୦ ପ୍ରତିଶତ ଆକ୍ରାନ୍ତ ଲକ୍ଷଣ ବିହୀନ ବୋଲି କମିଶନର କହିଛନ୍ତି । ଏହାସହ ଅଗଷ୍ଟ ୩୧ ବେଳକୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୪୨୯ ପହଞ୍ଚିପାରେ ଓ ସେହିପରି ସେପ୍ଟମ୍ବର ୧୫ ବେଳକୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫ହଜାର ପହଞ୍ଚିପାରେ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ଅଧିକରୁ ଅଧିକ ପରୀକ୍ଷା ଉପରେ ଜୋର ଦିଆଯାଉଛି । ଦିନକୁ ପ୍ରାୟ ୩ହଜାର ଟେଷ୍ଟ କରାଯାଉଛି ।