118

ଔଷଧୀୟ ଗଛ ଅରଖ

ଔଷଧୀୟ ଗୁଣରେ ଭରପୂର ଏହି ଗଛଟି ଓଡ଼ିଶାର ସମସ୍ତ ଜାଗାରେ ମିଳିଥାଏ । ଲୋକମାନଙ୍କ ଧାରଣା ଯେ ଏହା ଏକ ବିଷାକ୍ତ ଗଛି । କେତେକାଂଶରେ ଏହା ସତ ଯେ ମାତ୍ରାଧିକ ବ୍ୟବହାର କଲେ ଏହା ବିଷାକ୍ତ ହୋଇଥାଏ, କିନ୍ତୁ ମାତ୍ରା ଅନୁସାରେ ଏହାକୁ ବ୍ୟବହାର କଲେ ଅନେକ ରୋଗ ଭଲ ହୋଇଥାଏ । ଅଧକପାଳି ମୁଣ୍ଡବ୍ୟଥା ପାଇଁ ଏହା ଅତ୍ୟନ୍ତ ପ୍ରଭାବୀ । ଅଧକପାଳି ମୁଣ୍ଡବ୍ୟଥା ହେଉଥିଲେ କପାଳର ଯେକୌଣସି ସ୍ଥାନରେ ଛୁଞ୍ଚି ଫୋଡ଼ି ରକ୍ତ ବାହାର କରିବ । ରକ୍ତ ସହିତ ମିଶିଗଲା ପରି ୬/୭ ଟୋପା କ୍ଷୀର ଲଗାଇଲେ ୧୦ ମିନିଟ ମଧ୍ୟରେ ସବୁଦିନର ଅଧକପାଳି ବ୍ୟଥା ଭଲ ହୋଇଯିବ । ଅରଖ କ୍ଷୀରକୁ ହଳଦୀରେ ବାଟି ମୁହଁରେ ଲଗାଇଲେ ଦୀର୍ଘ କାଳରେ କଳାଦାଗ ଉଠିଯାଏ । ବିଷାକ୍ତ ସାପ କାମୁଡ଼ିଲେ ବୟସ୍କ ଲୋକ ୨୫ରୁ ୩୦ ଟୋପା ଏବଂ ବାଳକ ବାଳିକା ୧୫ରୁ ୨୦ ଟୋପା କ୍ଷୀର ଖାଇଲେ ବିଷ ନଷ୍ଟ ହୋଇଥାଏ । କ୍ଷୀରକୁ ତୁଳାରେ ଭିଜାଇ ଦାନ୍ତରେ ଲଗାଇଲେ ଦନ୍ତପୀଡ଼ା ପ୍ରଶମିତ ହୁଏ । ପାଚି ଯାଇଥିବା ବ୍ରଣରେ ଲେପନ କଲେ ବ୍ରଣ ଫାଟିଯାଏ । ଅର୍ଶ, ଆଲୁଅ, କାନରୋଗ, କୁଷ୍ଠରୋଗ, କୋଷ୍ଠକାଠିନ୍ୟ, କଣନଖା, ଗନେରିଆ, ଚର୍ମରୋଗ, ଦାନ୍ତରୋଗ, ପକ୍ଷାଘାତ, ପ୍ଲୀହା, ମୁଖରୋଗ, ମୁରୋଗ, ଶ୍ଵାସ ଓ କାଶ, ସର୍ପାଘାତଜନିତ ବିଷ ହରଣ କରିବାରେ ଅରଖ ରସ ପାରମ୍ପରିକ ଓ ଶାସ୍ତ୍ରୀୟ ଚିକିତ୍ସାରେ ବ୍ୟବହୃତ ହୋଇ ସୁଫଳ ମିଳିଥିବା ଉଲ୍ଲେଖ ରହିଛି 
Spread the love