ନୂଆଦିଲ୍ଲୀ, ୧୮/୮: ଦେଶ ଓ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ତେଣୁ କରୋନା ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତ ନିର୍ଦ୍ଦେଶାବଳୀକୁ ଆଜି ମଞ୍ଜୁରି ମିଳିଛି । ନୂଆ ଗାଇଡ଼ଲାଇନକୁ ମଞ୍ଜୁରି ଦେଇଛି ଭାରତୀୟ ନିର୍ବାଚନ କମିସନ । ସାମାଜିକ ଦୂରତା ରଖି ନିର୍ବାଚନୀ ବୈଠକ ହୋଇପାରିବ । କରୋନାରେ ହେବାକୁ ଥିବା ସବୁ ନିର୍ବାଚନ ପାଇଁ ନିୟମ ଲାଗୁ ହେବ । ପୂର୍ବରୁ ସର୍ବଦଳୀୟ ବୈଠକ ଡାକି ଏନେଇ ମତାମତ ନେଇଥିଲେ ନିର୍ବାଚନ କମିସନ । ଏହାସହ ୩ଦିନ ଭିତରେ ନିର୍ବାଚନ ପାଇଁ ବିସ୍ତୃତ ଭାବେ ଗାଇଡ଼ଲାଇନ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି ।
85