ଭାରତୀୟ ଚିକିତ୍ସା ପଦ୍ଧତି ରେ ତିନିଗୋଟି କଥାକୁ ଜୀବନର ତିନି ସ୍ତମ୍ବ ସହ ତୁଳନା କରାଯାଇଛି । ସେଗୁଡିକ ହେଲା ଆହାର , ନିଦ୍ରା ଓ ବ୍ରହ୍ମଚର୍ଯ୍ୟ ।ଏହା ବିନା ଶରୀର ର ସ୍ଥିତି ଠିକ୍ ଏକ ଘର ପରି ଯାହାର ଗୋଟିଏ ବି ସ୍ତସ୍ୱ ଦୁର୍ବଳ ହେଲେ ତାହା ଘର ପ୍ରତି ବିପଦ ଆସିଥାଏ। ଉଚିତ୍ ଭାବରେ ନିଦ୍ରା ଶରୀର କୁ ବଳ ଦେଇଥାଏ । ଆବଶ୍ୟକ ଠାରୁ କମ୍ ବା ଅଧିକ ଶରୀରକୁ ରୋଗ। କ୍ରାନ୍ତ କରିଥାଏ। ଗବେଷଣାରୁ ଜଣାଯାଇଛି ନିଦ କମ୍ ବା ଅସମୟରେ ଶୋଇବା ଦ୍ଵାରା ଶରୀରରେ ଇନ୍ସୁଲିନ୍ କ୍ଷରଣକୁ ପ୍ରଭାବିତ କରିଥାଏ । ଏହା ସହ ପାଚକ ରସ କ୍ଷରଣ କୁ କମ୍ କରିଥାଏ। ମଣିଷର ଶାରୀରିକ ଓ ମାନସିକ କାର୍ଯ୍ୟ ଦକ୍ଷତା କୁ କମ୍ କରି ଥାଏ । କମ୍ ଶୋଇବା ଦ୍ବାରା ଓଜନ ବୃଦ୍ଧି ବା ମେଦ ବହୁଳ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ଗବେଷଣା ରୁ ଜଣା ପଡ଼ିଛି କମ୍ ଶୋଇବା ଦ୍ବାରା ଶିଶୁ ମାନଙ୍କର ୮୯% ଓ ବୟସ୍କ ମାନଙ୍କର ୫୫% ଓଜନ ବଢ଼ିଥାଏ । ସଠିକ ନିଦପାଇଁ ଇଶ୍ବର ଚିନ୍ତନ ସହ ଯୋଗ,ପ୍ରାଣାୟମ ଏବଂ ଶାରୀରିକ ପରିଶ୍ରମ ନିହାତି ଆବଶ୍ୟକ।
143