ଗୁଜରାଟ,୬/୮: ସାରା ଦେଶରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିବାରେ ଲାଗିଛି। କରୋନାର ମୁକାବିଲା ପାଇଁ ସରକାର ବିଭିନ୍ନ ସ୍ଥାନରେ କୋଭିଡ଼ ହସ୍ପିଟାଲ ନିର୍ମାଣ କରିଛନ୍ତି ।ଗୁଜୁରାଟର ଅହମ୍ମଦାବାଦରେ କରୋନା ରୋଗୀଙ୍କ ପାଇଁ ନିର୍ମାଣ ହୋଇଥିବା କୋଭିଡ଼ ହସ୍ପିଟାଲରେ ନିଆଁ ଲାଗିଯାଇଛି। କୋଭିଡ଼ ହସ୍ପିଟାଲରେ ନିଆଁ ଲାଗିବା ଦ୍ୱାରେ ସେଠାରେ ଚିକିତ୍ସା ହେଉଥିବା ୮ଜଣ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୩ ମହିଳା ଥିବା ଜଣାପଡିଛି।ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ସକାଳ ସମୟରେ କୋଭିଡ଼ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା । ମେଡିକାଲର ଆଇସିୟୁରେ ମଧ୍ୟ ନିଆଁ ବ୍ୟାପିଯାଇଥିଲା । ଏଭଳି ଭୟାନକ ଅଗ୍ନିକାଣ୍ଡରେ ୮ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ଚିକିତ୍ସା ହେଉଥିବା ଆଉ ୩୫ଜଣଙ୍କ ଅନ୍ୟ ମେଡିକାଲକୁ ସ୍ଥାନାନ୍ତିରତ କରାଯ|ଇଛି । ମୃତକଙ୍କ ମଧ୍ୟରୁ ୫ଜଣ ପୁରୁଷ ଓ ୩ଜଣ ମହିଳା ଥିବା ସୂଚନା ରହିଛି । ମୃତକ ସମସ୍ତେ କରୋନା ପଜିଟିଭ୍ ଥିବା ମଧ୍ୟ ଖବର ରହିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା ପାଇଁ ଉଦ୍ୟମ ଜାରି ରଖିଛି । ଅଗ୍ନିକାଣ୍ଡରେ ଦ୍ୱାରା ମେଡିକାଲର ଅନେକ କ୍ଷତି ହୋଇଥିବା ଅନୁମାନ କରାଯାଉଛି ।
106