Skip to content
କେନ୍ଦ୍ରାପଡା,୪/୮(ଓଡ଼ିଆନ୍ ମିଡ଼ିଆ)- ଇନ୍ଦୁପୁର ନିକଟ ବିରୂପା ନଦୀରେ ଥିବା ଏକ ବଉଳା କୁମ୍ଭୀର କୁ ରାଜନଗର ବନଖଣ୍ଡ କର୍ମଚାରୀ ଉଦ୍ଧାର କରିଛନ୍ତି । କାର୍ଯ୍ୟ।।ଳୟକୁ ଖବର ଦିଆଯିବା ପରେ ସେଠାରୁ ବିଭାଗର କର୍ମଚାରୀମାନେ ଆସି ଜାଲପକାଇ ସେହି କୁମ୍ଭୀରଟିକୁ ଧରି ରାଜନଗର ନେଇଯାଇଥିବା ସୂଚନା ମିଳିଛି । ପ୍ରାୟ ୪ବର୍ଷ ଧରି ସେହି ବଉଳା କୁମ୍ଭୀରଟି ସେଠାରେ ରହିଥିବା ଓ ପୂର୍ବରୁ ଏକ ମଇଁଷିଆଳକୁ ସେଠାରେ ଆକ୍ରମଣ କରିଥିବା ସ୍ଥାନୀୟ ଲୋକେ କହିଛନ୍ତି । ପ୍ରାୟ ୧୨ଫୁଟ ଲମ୍ବର ସେହି ବଉଳା କୁମ୍ଭୀରଟି ବାରମ୍ବାର ସେଠାରେ ଲୋକମାନଙ୍କୁ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଶେଷରେ ଧରାହୋଇ ସେହି କୁମ୍ଭୀରଟି ରାଜନଗର ଯାଇଥିବା ଜଣାପଡିଛି । ଏକ ଘୁସୁରୀକୁ ନିକଟସ୍ଥ ପୋଖରୀକୁ ଆସିଥିଲା । ଘୁସୁରୀକୁ ଆକ୍ରମଣ କରିବା ସମୟରେ ଘୁସୁରିଆଳ ଦେଖିଦେବାରୁ ଘୁସୁରୀକୁ ରକ୍ଷା କରିବାକୁ ପ୍ରୟାସ କରିବାରେ କୁମ୍ଭୀରଟି ପାଣି ଭିତରକୁ ପଳାଇଯାଇଥିଲା । କିନ୍ତୁ ସେତେବେଳକୁ ଘୁସୁରୀଟି ମରିଯାଇଥିବା ଜାଣିପାରି ଘୁସୁରୀଆଳଟି ସେହି ମଲା ଘୁସୁରୀଟିକୁ ବାନ୍ଧି ସେହି ପୋଖରୀ ନିକଟରେ ରଖିଦେଇଥିଲା । ରାତିରେ ସେହି କୁମ୍ଭୀରଟି ଘୁସୁରୀକୁ ଖାଇବାକୁ ଆସିଥିବା ସମୟରେ ପ୍ରଥମେ ଅନ୍ୟ ଘୁସୁରୀଆଳ ସହ ମିଶି ପୋଖରୀରୁ ନଦୀକୁ ସଂଯୋଗ ପଥଟିକୁ ମାଟି ପକାଇ ସେମାନେ ପୋତିଦେଇଥିଲେ ଓ ଲୋକମାନଙ୍କୁ ପାଟିକରି ଡାକପକାଇଥିଲେ । ରାତିସାରା ଲୋକମାନେ କୁମ୍ଭୀରକୁ ସେଠାରେ ଜଗିରହିଥିଲେ ।