Skip to content
ଭୁବନେଶ୍ୱର,୩/୮(ଓଡ଼ିଆନ୍ ମିଡ଼ିଆ):ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏଥିରେ ଭାଇ ହାତରେ ଭଉଣୀ ବାନ୍ଧି ଦିଏ ସ୍ନେହ ଓ ସୁରକ୍ଷାର ଡୋରି। ହେଲେ କରୋନା ମହାମାରୀ ପାଇଁ ଫିକା ପଡ଼ିଛି ଏହି ମହାନ ପରମ୍ପରା । ନିଜ ନିଜ ଘରେ ଏକ ପ୍ରକାର ବନ୍ଦୀ ରହୁଥିବା ଭାଇ ଭଉଣୀଙ୍କ ପାଇଁ ଅଜିର ଉତ୍ସବ ମଳିନ ପଡ଼ିଯାଇଛି । ଏମିତିକି ରାକ୍ଷୀ କିଣିବାରେ ମଧ୍ୟ ଚଳିତ ବର୍ଷ ପ୍ରତିବନ୍ଧକ ମଧ୍ୟ ସୃଷ୍ଟି ହୋଇଛି । ରାକ୍ଷୀ ବିକ୍ରି ମଧ୍ୟ ପ୍ରଭାବ ପଡ଼ିଛି । ଅନେକ ଘରେ ନିଜ ଦ୍ୱାରା ପ୍ରସ୍ତୁତ ରାକ୍ଷୀ କରି ଭାଇଙ୍କ ହାତରେ ବାନ୍ଧିଥିବାର ଜଣାପଡ଼ିଛି । ପ୍ରକୃତି ସହିତ ଯେମତି ପରିବେଶ ମଧ୍ୟ ବଦଳାଇ ଦେଇଛି କରୋନା । ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ମଧ୍ୟ ଅନୁଷ୍ଠିତ ହେଉଛି ରକ୍ଷା ବନ୍ଧନ ଉତ୍ସବ । ଭଉଣୀ ସୁଭଦ୍ରା ଆଜି ଭାଇ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧିବେ । ଏଥିପାଇଁ ସେବାୟତ ମାନେ ୪ଟି ବଡରାକ୍ଷୀ ଓ ଗୁଆମାଳ ପ୍ରସ୍ତୁତ କରିଛନ୍ତି । ଅନ୍ୟପଟେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।