3,207

କାଳିକାପୁର ହେଲା ସଟ୍‌ଡାଉନ୍ , କରୋନା ଆକ୍ରାନ୍ତ ମହିଳାଙ୍କ ବାପା,ମା’ଙ୍କ ସମେତ ଚାରି ଆକ୍ରାନ୍ତ ।

ରାଜକନିକା,୨/୮(ଓଡ଼ିଆନ୍ ମିଡ଼ିଆ): କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ୍‌ରେ ଜଣେ ମହିଳାଙ୍କ ପାଇଁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ବଢ଼ିବାରେ ଲାଗିଛି । ସଂପୃକ୍ତ ମହିଳା ଏବଂ ତାଙ୍କ ଦୁଇ ପିଲା କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ସଂଶ୍ପର୍ସରେ ଆସିଥିବା ଲୋକମାନଙ୍କ ମଧ୍ୟରୁ ରବିବାର ଆଉ ୬ଜଣ କରୋନା ଆକ୍ରାନ୍ତ ହୋଇ କେନ୍ଦ୍ରାପଡ଼ା ଛତା କୋଭିଡ଼୍ ଚିକିତ୍ସାଳୟକୁ ପଠାଯାଇଥିବାର କନିକା ଅତିରିକ୍ତ ତହସିଲଦାର ପ୍ରେମାନନ୍ଦ ବେହେରା କହିଛନ୍ତି । ଶୁକ୍ରବାର ୬୪ଟି ସ୍ୱାବ ମଧ୍ୟରୁ ମହିଳାଙ୍କ ସହ ଚେରଟଂପଡ଼ା ଗ୍ରାମରେ ଗୋଟିଏ କୋଠାଘରେ ରହୁଥିବା ଜଣେ (୪୩) ବର୍ଷର ମହିଳା, (୩୭) ବର୍ଷର ମହିଳା,(୫୫)ବର୍ଷର ମହିଳାଙ୍କ ସହିତ ଜଣେ ୭ ବର୍ଷର ଶିଶୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହା ସହିତ କାଳିକାପୁର ବଜାରରେ ଚା’ ଦୋକାନ କରିଥିବା ମହିଳାଙ୍କ ବାପା (୫୫) ବର୍ଷ ଏବଂ ତାଙ୍କ ମା’ (୫୦) ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି । ରବିବାର ୬ଜଣ କରୋନା ଆକ୍ରାନ୍ତଙ୍କୁ ଛତା କୋଭିଡ୍ ଚିିକିତ୍ସାଳୟକୁ ପାଠାଇଦିଆଯାଇଛି । ସୋମବାର ମହିଳାଙ୍କ ପରିବାର ସହିତ ସଂପୃକ୍ତି ରହିଥିବା ଅନ୍ୟମାନଙ୍କର ସ୍ୱାବ ପରୀକ୍ଷା କରାଯିବା ନେଇ ଅତିରିକ୍ତ ତହସିଲଦାର ସୂଚନା ଦେଇଛନ୍ତି । ଏହା ସହିତ କାଳିକାପୁର ବଜାର ସହିତ ଗ୍ରାମକୁ ସଡ଼୍‌ଡ଼ାଉନ୍ ଘୋଷଣା କରାଯାଇଛି । ଏହା ପୂର୍ବରୁ ଚେରଟଂପଡ଼ା ଗ୍ରାମକୁ ମଧ୍ୟ ସଟ୍‌ଡ଼ାଉନ୍ ଘୋଷଣା କରାଯାଇଛି । ରାଜକନିକା ଥାନାର ଆଇଆଇସି ସଂଜୀବ କୁମାର ରଣବଇଁଶା, କଂଟପଡ଼ା ଗ୍ରାମପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେନ୍ଦ୍ର କୁମାର ଦାସ ଏବଂ ସରପଂଚ ଜ୍ଞାନରଞ୍ଜନ ଦାସ କାଳିକାପୁରରେ ରହି ଲୋକମାନଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି । ଏହା ସହିତ କାଳିକାପୁର ବଜାର ଏବଂ ଗ୍ରାମକୁ ସାନିଟାଇଜିଂ କରାଇଛନ୍ତି । ଆଶା ଦିଦି ମଧ୍ୟ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରୁଛନ୍ତି । ଜଣେ ମହିଳାଙ୍କ ପାଇଁ ସ୍ଥାନୀୟ ଅଂଚଳରେ କରୋନା ବଢ଼ୁଥିବା ନେଇ ସାଧାରଣରେ ଭୟରବାତା ବରଣ ଦେଖାଦେଇଛି । ସଂପୃକ୍ତ ମହିଳା ଏବଂ ତାଙ୍କ ବାପାଙ୍କ ସଂଶ୍ପର୍ସରେ ଆସିଥିବା ଲୋକମାନେ କୌଣସି ଭୟଭୀତ ନହୋଇ ସ୍ୱାବ୍ ଟେଷ୍ଟ କରିବାକୁ ରାଜକନିକା ବିଡ଼ିଓ ବିକ୍ରମ ପରିଡ଼ା କହିଛନ୍ତି ।
Spread the love