ମେବାତ ,୨୫/୦୭ : ଶୁକ୍ରବାର ଦନା ଡାଇନାମାଇଟ ବିସ୍ଫୋରଣ ସହିତ ସୋହନା ଓ ପୃଥଲା ପରସ୍ପର ସହ ମିଶିଗଲା | ଅରାବଲୀର ଏହି ପାହାଡରେ ସୁଡ଼ଙ୍ଗ ତିଆରି କରିବାକୁ ବର୍ଷେ ହେଲା କାମ ଚାଲିଛି | ଏହି ସୁଡ଼ଙ୍ଗର ସବୁଠାରୁ ବଡ ବିଶେଷତ୍ୱ ହେଲା ଏହା ଦୁନିଆର ପ୍ରଥମ ଇଲେକଟ୍ରିଫାଇଡ଼ ରେଳ ସୁଡ଼ଙ୍ଗ ଯେଉଁଥିରେ ଡବଲ ଟ୍ରାକ କଣ୍ଟେନର ଚାଲିପାରିବ | ସୁଡ଼ଙ୍ଗର ଉଚ୍ଚତା ଯେତିକି ରଖାଯାଇଛି ଯେ ଗୋଟେ ଉପରେ ଲଦା ଯାଇଥିବା ଆଉ ଏକ କଣ୍ଟେନର ମଧ୍ୟ ସୁଡ଼ଙ୍ଗ ଦେଇ ଯାଇପାରିବ |ଏହି ସୁଡ଼ଙ୍ଗ ମାଲଗାଡୀ ପାଇଁ ନିର୍ମାଣ ହେଉଥିବା ରେଳ ଲାଇନକୁ ଦାଦରୀ ଯାଏଁ ନେଇଯିବା | ଜବାହାରଲାଲ ନେହରୁ ପୋର୍ଟ ଦାଦରୀ ପର୍ଯ୍ୟନ୍ତ ହେଉଥିବା ଏହି ପ୍ରକଳ୍ପ ଆସନ୍ତା ବର୍ଷ ସୁଦ୍ଧା ସମ୍ପୂର୍ଣ ହୋଇଯିବ ବୋଲି ଆଶା କରାଯାଉଛି | ରେଲୱେର ୱେଷ୍ଟର୍ନ ଫ୍ରେଟ କରିଡୋର (Western Freight Corridor) ର ସବୁଠାରୁ ବଡ ପ୍ରତିବନ୍ଧକ ଶୁକ୍ରବାର ଦିନ ଶେଷ ହୋଇଛି | ଅରାବଲୀ ପାହାଡକୁ ଚିରିବାକୁ ଯେମିତି ବିସ୍ଫୋରଣ କରାଯାଇଥିଲା ଡ଼ିଏଫସି DFC ର ସମସ୍ତ କର୍ମଚାରୀ ଖୁସିରେ ଝୁମି ଉଠିଥିଲେ | ହରିୟାଣା ସୋହନାରେ ମେବାନ ଅଞ୍ଚଳରେ ଥିବା ଏହି ସୁଡ଼ଙ୍ଗ ୱେଷ୍ଟର୍ନ ଡ଼ିଏଫସିର ବଡ ସୁଡ଼ଙ୍ଗ | ଏହି ସୁଡ଼ଙ୍ଗର ଲମ୍ବ ପାଖାପାଖି ଗୋଟିଏ କିଲୋମିଟର | ଭାରତୀୟ ମାଲଗାଡୀ ଚଲାଇବାକୁ ବିଶେଷ ରେଳଲାଇନ ନିର୍ମାଣ ହେଉଛି | ଏହି ଲାଇନରେ କେବଳ ମାଲଗାଡୀ ଚାଲିବନି ବରଂ ଏହି ଲାଇନରେ ଅଧିକ ସଂଖ୍ୟାରେ ମାଲଗାଡୀ ଡ଼ିଏଫସିରେ ମଧ୍ୟ ଚାଲିବ | ରେଳଲାଇନରେ କମ ଲୋଡ଼ ଯୋଗୁଁ ଟ୍ରେନ ମଧ୍ୟ ଠିକ ସମୟରେ ଚାଲି ପାରିବ |ଡ଼ିଏଫସିର ଇଷ୍ଟର୍ନ କରିଡୋର ପଶ୍ଚିମବଙ୍ଗ କୋଲକାତା ନିକଟରେ ଦାନକୁନିରୁ ପଞ୍ଜାବ ଲୁଧିଆନାକୁ ସଂଯୋଜିତ କରୁଛି | ୧୮୫୬ କିମି ଲମ୍ବ କରିଡୋର ପଶ୍ଚିମବଙ୍ଗ, ଝାରଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ହରିୟାଣା ଓ ପଞ୍ଜାବକୁ ସଂଯୋଗ କରିବ | କିନ୍ତୁ ୱେଷ୍ଟର୍ନ କରିଡୋର ଉତ୍ତର ପ୍ରଦେଶ ଦାଦରୀରୁ ମୁମ୍ବାଇ ଜବାହାରଲାଲ ନେହରୁ ପୋର୍ଟ ଟ୍ରଷ୍ଟ ଯାଏଁ ଲମ୍ବିଚି | ୧୫୦୬ କିମି ଲମ୍ବ ଏହି ରେଳଲାଇନ ଦ୍ୱାରା ପୁରା ଏନସିଆର, ହରିୟାଣା, ରାଜସ୍ଥାନ, ଗୁଜରାଟ ଓ ମହାରାଷ୍ଟ୍ରକୁ ବହୁତ ଲାଭ ହେବ | ଏହି ଦୁଇଟି କରିଡୋର କାମ ୨୦୨୧ ସୁଦ୍ଧା ସମ୍ପୂର୍ଣ ହୋଇଯିବ ବୋଲି ଆଶା କରାଯାଉଛି |
85