ଗଞ୍ଜାମ,୨୨/୯(ମନୋଜ କୁମାର ପାତ୍ର) : ଜରଡା ଥାନା ପୋଲିସର ରାତ୍ରି କାଳୀନ ପେଟ୍ରୋଲିଂ ସମୟରେ ବିପୁଳ ପରିମାଣର ମଦ ଜବତ କରିବା ସହ ୫ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।ସୂଚନା ମୁତାବକ ଜାଣିବାକୁ ମିଳିଛି ଯେ, ଜରଡ଼ା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଜରଡ଼ା ଥାନା ଏଏସଆଇ ପ୍ରଫୁଲ୍ଲ କୁମାର ଶତପଥୀ ଓ ତାଙ୍କ ଟିମ ଜରଡ଼ା ଥାନା ଅନ୍ତର୍ଗତ ଆମ୍ବପୁର ଛକ ନିକଟରେ ଚଢ଼ାଉ କରି ୬୦୦ ଲିଟର ଦେଶୀମଦ ପାଉଚ୍ ସହ ୪ଟି ମଟର ସାଇକେଲ ଜବତ କରିଥିବା ବେଳେ ୫ଜଣଙ୍କୁ ଗିରିଫ କରିଛନ୍ତି । ଜରଡା ଓ ତୁମ୍ବା ଅଞ୍ଚଳରୁ ଚୋରା ଦେଶୀ ମଦ ପ୍ରସ୍ତୁତି କରାଯାଇ ପଡୋଶୀ ଆନ୍ଦ୍ରପ୍ରଦେଶ କୁ ଚାଲାଣ ହେଉଥିବା ଖବର ପାଇଥିଲେ ଥାନା ଅଧିକାରୀ ଶ୍ରୀ ସ୍ୱାଇଁ । ତେବେ ଏହି ଚୋରା ଚାଲାଣ କାରୀଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ରାତ୍ରିକାଳୀନ ପେଟ୍ରୋଲିଂରେ ବାହାରି ଥାନା ଅନ୍ତର୍ଗତ ଆମ୍ବପୁର ଛକ ନିକଟରେ ଚଢ଼ାଉ କରି ୪ଟି ବାଇକ୍ ସହ ୧୦ଟି ଜରି ବସ୍ତାରେ ଭରି ରହିଥିବା ୬୦୦ ଲିଟର ଦେଶୀମଦ ଜବତ କରିବାରେ ସଫଳ ହୋଇଛନ୍ତି। ଜବତ ହୋଇଥିବା ୧୦ଟି ବସ୍ତାରେ ୩ହଜାର ପାଉଚ୍ ଦେଶୀମଦ ବାହାରିଥିବା ବେଳେ ଚୋରା ମଦ ଚାଲାଣ କରୁଥିବା ପାଞ୍ଚଜଣଙ୍କୁ ଗିରିଫ କରିବା ସହ ସେମାନଙ୍କ ବିରୋଧରେ ଥାନା କେସ ୨୧୦/୨୦,୨୧୧/୨୦,୨୧୨/୨୦, ୨୧୩/୨୦ ଅନୁସାରେ ମାମଲା ରୁଜୁ କରାଯାଇ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ସ୍ୱାଇଁଙ୍କ ଠାରୁ ସୂଚନା ମିଳିଛି ।
238