269

ନିଜସ୍ୱ ଖର୍ଚ୍ଚରେ ସଙ୍ଗରୋଧ କେନ୍ଦ୍ର ସଫାକରି ମାନବିକତା ଦେଖାଇଲେ ଦିଗପହଣ୍ଡି ବ୍ଲକ ଉପାଧ୍ୟାକ୍ଷା ପ୍ରତିନିଧି

ଗଞ୍ଜାମ,୧୬/୯(ମନୋଜ ପାତ୍ର):ଦିଗପହଣ୍ଡି ବିଧାୟକ ତଥା ଓଡିଶା ବିଧାନସଭା ବାଚସ୍ପତି ଡ଼ଃ.ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନିର୍ଦ୍ଧେଶ କ୍ରମେ ମାନବିକତାର ପରିଚୟ ଦେଖାଇଲେ ଦିଗପହଣ୍ଡି ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଏମ.ନିରଞ୍ଜନ ରେଡ୍ଡୀ I ଦିଗପହଣ୍ଡି ବ୍ଲକରେ କରୋନା ମହାମାରୀକୁ ମାତ ଦେବାପାଇଁ ଯୁଦ୍ଧ କାଳୀନ ଭିତ୍ତିରେ ପ୍ରସ୍ତୁତ ହୋଇଥିବା ସଙ୍ଗରୋଧ କେନ୍ଦ୍ର ସତେ ଯେପରି ପ୍ରବାସୀ ଫେରିଲା ପରେ ଅଲୋଡ଼ା ହୋଇଗଲା I ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣିଲା ପରେ ସିଦ୍ଧେସ୍ୱର ଗ୍ରାମରେ ଥିବା ଆଦର୍ଶ ବିଦ୍ୟାଳୟ ପରିସର ଭ୍ରମଣ କରିବା ପାଇଁ ଯାଇଥିଲେ ଶ୍ରୀ ରେଡ୍ଡୀ I ବିଦ୍ୟାଳୟ ପରିସର ସମ୍ପୂର୍ଣ ରୂପରେ ଅପରିଷ୍କାର ହୋଇଥିବା ଦେଖି କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ହାତରେ ଝାଡୁ ଧରି ବିଦ୍ୟାଳୟ ପରିସର ସଫା କରିବା ଆରମ୍ଭ କରିଥିଲେ I ନିଜସ୍ୱ ଖର୍ଚ୍ଚରେ ଦୀର୍ଘ ସମୟ ଧରି ବିଦ୍ୟାଳୟ ପରିସରକୁ ସମ୍ପୂର୍ଣ ରୂପରେ ସ୍ୱଚ୍ଛ କରିଥିଲେ I ଏ ବାବଦରେ ବିଦ୍ୟାଳୟ ଅଧକ୍ଷ ଚିନ୍ତାମଣି ପଲାଇ କହିଚନ୍ତି ବହୁବାର ଅନୁରୋଧ କରିବା ସତ୍ୱେ ମଧ୍ୟ ସ୍ଥାନୀୟ ଜନପ୍ରତିନିଧି ବିଦ୍ୟାଳୟ କୋଠା ସଫାସୂତରା ଏବଂ ଦାୟିତ୍ୱ ମଧ୍ୟ ହସ୍ତାନ୍ତର କରୁନାହାନ୍ତି ଯାହାକୁ ଅଭିଭାବକ ମହଲରେ ଜନ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଚି I ଅନ୍ୟପକ୍ଷରେ ଦିଗପହଣ୍ଡି ବ୍ଲକର ଅନ୍ୟାନ୍ୟ ଗ୍ରାମ ଗୁଡ଼ିକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଚି I ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ପ୍ରତି ସାହିରେ ରଖାଯାଇଥିବା ଅଳିଆ ଡ଼ବା ଗୁଡ଼ିକ କେବେ ମଧ୍ୟ ସଫା ହେଉନାହିଁ I ତେବେ ଏତେ ପରିମାଣର ଅର୍ଥ ଯଦି ଜନତାଙ୍କ ହିତରେ ଲାଗି ପାରୁନାହିଁ ତାହାଲେ ତୃଣମୂଳ ସ୍ତରରେ କଣ ଏତେ ପରିମାଣର ଅର୍ଥ ବାଟମରଣା ହେଉଚି I ଏନେଇ ଉଚ୍ଚପଦସ୍ତ ଅଧିକାରୀଙ୍କୁ ଭେଟି ଏ ବାବଦରେ ଅବଗତ କରାଯିବ ବୋଲି କହିଚନ୍ତି ଶ୍ରୀ ରେଡ୍ଡୀ I ଏବଂ ସଫେଇ ଅଭିଯାନକୁ ମଧ୍ୟ ଜୋରଦାର କରାଯିବ ବୋଲି କହିଚନ୍ତି I ମହାନ କାର୍ଯ୍ୟ ପାଇଁ ସ୍ଥାନୀୟ ବାସିନ୍ଦା ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ହଳଧର ଶବର ଏବଂ ଉପାଧ୍ୟକ୍ଷା ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଚନ୍ତି I
Spread the love