105

ମାସ୍କ ନଥିଲେ ଜିଲ୍ଲାକୁ ପ୍ରବେଶ ମନା :ଗଞ୍ଜାମ ଜିଲ୍ଲାପାଳ

ଗଞ୍ଜାମ,୯/୯(ମନୋଜ ପାତ୍ର):କରୋନା ସଂକ୍ରମଣ ଭୟ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କମି ନାହିଁ ।କେହି ଯଦି କରୋନାରେ ପୀଡିତ ହୋଇ ମୃତ୍ୟୁ ବରଣ କରେ ତେବ ତାଙ୍କ ଶେଷ ଯାତ୍ରା ବେଳେ ପରିବାର ଲୋକେ ସ୍ମଶାନ ପର୍ଯ୍ୟନ୍ତ ଯାଇ ପାରୁ ନାହାନ୍ତି ଏବଂ ମୁଖାଗ୍ନି ମଧ୍ୟ ଦେଇପାରୁନାହାନ୍ତି ଏହାଠୁ ଆଉ ଦୁଃଖର ବିଷୟ କଣ ଅଛି । ଏଣୁ ସତର୍କ ରହିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାବାସୀଙ୍କୁ ଅନୁେରାଧ କରିଛନ୍ତି । କରୋନା ଶେଷ ହୋଇଗଲା ଭାବି ଜିଲ୍ଲାବାସୀ ବେଖାତିର ଭାବେ ବୁଲାବୁଲି କରିବା ସହ ସତର୍କତା ନିୟମ ପାଳୁନାହାନ୍ତି ଏହା ସେମାନଙ୍କ ପ୍ରତି ବିପଦ । ଏଣୁ ସତର୍କ ରହିବା ନିହାତି ଜରୁରୀ ବୋଲି କହିବା ସହ କରୋନା ବିପଦ ସମୟରେ ସହଯୋଗ କରିଥିବା ଅଧିକାରୀ ମାନଙ୍କୁ ଭିଡିଓ କନଫେରନ୍ସିଂ ମାଧ୍ୟମରେ ଜିଲ୍ଲାର ସମସ୍ତ ଅଧିକାରୀ, କର୍ମଚାରୀ ମାନଙ୍କୁ ଖୁସି ପ୍ରକଟ କରି ଅଭିନନ୍ଦନ ଜଣାଇଥିଲେ। ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ଗଞ୍ଜାମ ଜିଲ୍ଲାରୁ କରୋନା ପରିଚାଳନା ଠିକ୍ ରୂପେ ହୋଇ ପାରିଛି । ଗୋଟିଏ ଯୋଜନା ପ୍ରଣୟନ କରିବା ମୁସ୍କିଲ ନୁହଁ । ତାକୁ ସଫଳ କରିବା ଦିଗରେ ଠିକ୍ ରୂପେ ପରିଚାଳନା କରିବା ବହୁତ କଷ୍ଟକର ବ୍ୟାପାର ଅଟେ ।ସେଥିପାଇଁ ଠିକ୍ ରୂପେ ପରିଚାଳନା ହୋଇଥିବା ହେତୁ ଆମକୁ ସଫଳତା ମିଳିପାରିଛି । ବର୍ତ୍ତମାନ ସମୟ ଆସିଛି ସେହି ଧାରାକୁ ବଜାୟ ରଖିବାକୁ ପଡିବ ନଚେତ୍ କରୋନା ସଂକ୍ରମଣକୁ ରୋକିବା ବହୁତ କଷ୍ଟକର ହୋଇପଡିବ । ଆଗାମୀ ୬ ମାସ ପର୍ଯ୍ୟନ୍ତ ଗ୍ରାମାଞ୍ଚଳ ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ପରିଚାଳନାକୁ କଡାକଡି କରିବାକୁ ପଡିବ । ଲୋକ ପ୍ରତିନିଧି, କୋଭିଡ୍ ସାଥୀ, କୋଭିଡ କୋଡ଼ିନେଟର୍, କୋଭିଡ୍ ସଖୀଙ୍କ ଦ୍ବାରା ପରିଚାଳନା କାର୍ଯ୍ୟକୁ ଆହୁରି ସୁଦୃଢ କରିବାକୁ ନିର୍ଦେଶ ଦେଇଥିଲେ ।ବର୍ତ୍ତମାନ ବସ୍ ଚଳାଚଳ ଓ ଅେଟାରିକ୍ସାେର ଯାତାୟତ କରିଥିବା ଯାତ୍ରୀ ଗଣ ମାସ୍କ ବ୍ୟବହାର କରୁ ନାହାନ୍ତି । ଏହା ଜିଲ୍ଲାପାଇଁ ଜଟିଳ ସମସ୍ୟା ସୃଷ୍ଟି କରିବା ସହ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେବ । ଅନ୍ୟ ଜିଲ୍ଲା କିମ୍ବା ଅନ୍ୟ ରାଜ୍ୟର ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି କରୋନା ସଂଖ୍ୟା ବ୍ୟାପୀପାରେ । ଏଣୁ ବସ୍ ଓ ଅଟୋରିକ୍ସା ଗୁଡିକରେ ମାସ୍କ ନାହିଁ ତ ପ୍ରେବଶ ନାହିଁ ପୋଷ୍ଟର ଲଗାଯିବା ସହ ଅଧିକ ଚଢାଉ କରାଯିବ । ମାସ୍କ ନଥିେଲ ଯାତ୍ରୀଙ୍କୁ ଅନ୍ୟ ଜିଲ୍ଲାର ଯାତ୍ରୀଙ୍କୁ ଗଞ୍ଜାମ ଜିଲ୍ଲାକୁ ପ୍ରବେଶ ମନା । ଯେଉଁ ମାନେ ବସ୍ କିମ୍ବା ଅଟୋ ରିକ୍ସାରେ ମାସ୍କ ନ ପିନ୍ଧି ଯାତ୍ରା କରୁଥିବେ ।ତାହା ହେଲେ ବସ୍ ମାଲିକ କିମ୍ବା ଅେଟାରିକ୍ସା ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବସରେ କାର୍ଯ୍ୟରତ ଥିବା ଷ୍ଟାଫ୍ ମାନଙ୍କ ନିମନ୍ତେ ସାନିଟାଇଜର୍ ରଖିବା ଜରୁରୀ । ପଞ୍ଚସୂତ୍ରୀ ନିୟମ ପୂର୍ବଭଳି ବଳ ବତ୍ତର ରହିବ । ସୋସିଆଲ୍ ମିଡିଆ ଟ୍ବିଟର୍ ଦ୍ବାରା ଦୈନିକ କାର୍ଯ୍ୟଧାରାକୁ ଲୋକଲୋଚନକୁ ଆଣିବାକୁ ଜିଲ୍ଲାପାଳ ଜଣାଇଥିେଲ । ଯଦ୍ବାରା ଜନସାଧାରଣ ସଚେତନତା ହୋଇପାରିବେ ଓ ପ୍ରଶାସନର କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହେବା ସହ ଅନେକ ଭଲ କାମ କରିଛନ୍ତି । ସେମାନଙ୍କୁ ଉତ୍ସାହିତ ଉତ୍ସାହିତ କରାଯାଉ ଯଦ୍ବାରା ସେମାନଙ୍କ କାର୍ଯ୍ୟପ୍ରଣାଳୀ ଦ୍ବିଗୁଣିତ ହେବ । ବର୍ତ୍ତମାନ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାର୍ଯ୍ୟ ଦଦିଗରେ ଅଧିକ କ୍ରିୟାଶୀଳ କରିବାକୁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ଜଣାଇଥିେଲ । ଵୈଠକେର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ପ୍ରବେସିନାଲ ଆଇ.ଏ.ଏସ୍. ଅଫିସର ତଥା ଭାରପ୍ରାପ୍ତ କୋଭିଡ୍ ଅଧିକାରୀ କିର୍ତ୍ତୀ ଭାସନ୍ ଭି, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଅମୀୟ କୁମାର ସାହୁ, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉମା ଶଙ୍କର ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡି, ଜିଲ୍ଲା ମଙ୍ଗଳ ଅଧିକାରୀ ପରକ୍ଷୀତ ଦାଶ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟେଲାଚନ ମହାନ୍ତ ପ୍ରମୁଖ ଯୋଗ ଦେଇଥିେଲ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ଗଞ୍ଜାମ, ଛତ୍ରପୁର ସୂଚନା ପ୍ରଦାନ କରିଛନ୍ତି।

Spread the love