80

ରାସ୍ତା କଡକୁ ଓଲଟିଲା ୧୦୮ ଆମ୍ବୁଲାନ୍ସ:୩ ଆହତ

ଗଞ୍ଜାମ,୮/୯(ମନୋଜ ପାତ୍ର):ଆଜି ଭୋର ସମୟରେ ଏକ ୧୦୮ ଆମ୍ବୁଲାନ୍ସ ବାଲୁଗାଁ ନିକଟରେ ଏକ ରାସ୍ତା କଡକୁ ଓଲଟି ପଡିଥିବା ସୂଚନା ମିଳିଛି ।ସୂଚନାପ୍ରକାରେ ଜାଣିବାକୁ ମିଳିଛି ଯେ,ଗତ କାଲି ବ୍ରହ୍ମପୁର ଏମକେସିଜି ମେଡ଼ିକାଲରୁ ଜଣେ ଗୁରୁତର ରୋଗୀଙ୍କୁ କଟକ ଏସସିବି ମେଡ଼ିକାଲକୁ କୁକୁଡଡ଼ାଖଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଥିବା ୧୦୮ ଆମ୍ବୁଲାନ୍ସ ଗାଡ଼ିରେ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଆମ୍ବୁଲାନ୍ସଟି କଟକରୁ ବ୍ରହ୍ମପୁର ଫେରିବା ବାଟରେ ଭୋର ସାଢ଼େ ୪ଟା ସମୟରେ କୌଣସି ଅକାରଣ ବଶତଃ ବାଲୁଗାଁ ନିକଟରେ ରାସ୍ତା କଡକୁ ଓଲଟି ପଡିଥିଲା ।ଏହି ଦୁର୍ଘଟଣାରେ ଡ୍ରାଇଭର ସହ ଦୁଇ ଜଣ ସ୍ୱାସ୍ଥ୍ୟ କର୍ମୀ ଆହତ ହୋଇଥିଲେ ।ଏହି ଘଟଣା ସ୍ଥାନୀୟ ଲୋକେ ଦେଖିବା ପରେ ଆହତଙ୍କୁ ଉଦ୍ଧାର କରି ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠେଇଥିଲେ ।ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ସୁଶାନ୍ତ ଡାକୁଆ ,ଆଟେଣ୍ଡାଣ୍ଟ ରାଜୀବ ଦାସ ଓ ଫାର୍ମାସିଷ୍ଟ ସୁନିଲ ବେହେରା ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା କୁକୁଡ଼ାଖଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ କ୍ରିଷ୍ଣା କୁମାରୀଙ୍କ ଠାରୁ ସୂଚନା ମିଳିଛି ।

Spread the love