78

କାର୍ଯ୍ୟକ୍ଷମ ହେବକୁ ଯାଉଛି ଦିଲ୍ଲୀ ମେଟ୍ରୋ

ନୂଆଦିଲ୍ଲୀ ୦୬/୦୯: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।  ଏହା ଭିତରେ ଦିଲ୍ଲୀ ମେଟ୍ରୋ ପୁଣିଥରେ କାର୍ଯ୍ୟକ୍ଷମ ହେବକୁ ଯାଉଛି । ପାଖାପାଖି ୬ ମାସ ପରେ ମେଟ୍ରୋ ସେବା ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ୭ ସେପ୍ଟେମ୍ବର ପାଖରୁ ଛତରପୁର-ସମୟପୁର ବାଦଲୀ ରୁଟରେ ଗଡ଼ିବ ମେଟ୍ରୋ । ମେଟ୍ରୋ ସେବା ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ ରାଜୀବ ଚୌକ ମେଟ୍ରୋ ଷ୍ଟେସନ୍‌ ଯାଇ ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ । ସମୀକ୍ଷା ପରେ ମନ୍ତ୍ରୀ କହିଥିଲେ ଯେ ସାମଜିକ ଦୂରତା ନିୟମ କଡ଼ାକଡ଼ା ପାଳନ କରାଯିବ । ଏହାସହ ସମସ୍ତ ନିୟମ ମାନିବାକୁ ଯାତ୍ରୀଙ୍କୁ ଅପିଲ୍ କରିବା ସହ ଆବଶ୍ୟକ ନଥିଲେ ମେଟ୍ରୋ ବ୍ୟବହାର ନକରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ କୈଳାଶ ଗେହଲଟ । ଆସନ୍ତାକାଲିଠୁ ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ୩ଟି ଚରଣରେ ମେଟ୍ରୋ ସେବା ଆରମ୍ଭ ହେବ । ଦିଲ୍ଲୀର ସମୟପୁର ବାଦଲୀକୁ ସିଟି ସେଣ୍ଟର ସହ ଯୋଡ଼ୁଥିବା ରାପିଡ୍‌ ମେଟ୍ରୋ ଲାଇନ୍‌ ପ୍ରଥମେ ୭ ସେପ୍ଟେମ୍ବରରେ ଆରମ୍ଭ ହେବ । ସେହିଦିନ ଟ୍ରେନ୍‌ ସକାଳ ୭ରୁ ପୂର୍ବାହ୍ନ ୧୧ ପର୍ଯ୍ୟନ୍ତ ପୁଣି ଅପରାହ୍ନ ୪ରୁ ରାତି ୮ ପର୍ଯ୍ୟନ୍ତ ଚାଲିବ । ୯ ସେପ୍ଟେମ୍ବର ଠାରୁ ବ୍ଲୁ ଲାଇନ୍ ଓ ପିଙ୍କ ଲାଇନ୍ ସେବା ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

Spread the love