Skip to content
ଜଗନ୍ନାଥ ପ୍ରସାଦ,୪/୯ (ଲକ୍ଷ୍ମୀ ନାରାୟଣ ବେହେରା ): କୋରନା କୁ ନେଇ ଗଞ୍ଜାମ ଜିଲ୍ଲା ରାଜ୍ୟରେ ଏକ ନମ୍ବର ରେ ଥିବା ବେଳେ ଏବେ ପ୍ରଶାସନ,ସ୍ୱାସ୍ଥ୍ୟକର୍ମୀ ଓ ଜନ ପ୍ରତିନିଧି ମାନଙ୍କ କଠିନ ପରିଶ୍ରମ ଯୋଗୁଁ ଆଜି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳକୁ ଖସି ମାତ୍ର ୯୭ରେ ପହଞ୍ଚିଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ଭଞ୍ଜନଗର ଉପଖଣ୍ଡରେ ଥିବା ସମସ୍ତ ୮ଟି ବ୍ଲକ ଗସ୍ତ କରି କୋରନା ମୁକ୍ତ ଜଗନ୍ନାଥ ପ୍ରସାଦ ଗଢିବାକୁ ପରାମର୍ଶ ଦେଇଛନ୍ତି।ଯେତେଦିନ ପର୍ଯ୍ୟନ୍ତ କୋରନା ର କୌଣସି ଔଷଧ ବାହାରି ନାହିଁ ସେତେଦିନ ପର୍ଯ୍ୟନ୍ତ ଆମକୁ ପର୍ବ ପର୍ବାଣୀ,ସଭା ସମିତି ଓ ବିଭିନ୍ନ ଉତ୍ସବ ପାଳନ କରିବା ଉପରେ ସତର୍କ ରହିବାକୁ ପଡିବ।ଭିଡ଼ ଯୋଗୁଁ କୋରନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ବିଭିନ୍ନ ଧାର୍ମିକ ଅନୁଷ୍ଠାନ କୁ ଆଜି ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।ଦୋକାନୀ ମାନେ ମଧ୍ୟ ସାମାଜିକ ଦୂରତା, ମାସ୍କ ବ୍ୟବହାର, ବ୍ୟାରିକେଡ ନିର୍ମାଣ ପରି ୫ସୂତ୍ର ପାଳନ କରିବା ସହ ଆମେ ଯଦି ନିୟମ ନ ମାନିବା ତାହେଲେ କୋରନା ପୁଣି ଫେରିବ।ତେଣୁ ସମସ୍ତେ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ଜିଲ୍ଲାପାଳ କହିଥିଲେ।ଆଜି କୋରନା ର ଶେଷ ସଭାରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ସମେତ BDO ସୁରେଶ ଚନ୍ଦ୍ର ପଣ୍ଡା, ତହସିଲଦାର -ବାସୁଦେବ ପାଣ୍ଡେ, ATO – ବଇରାନ ମୁର୍ମୁ, କନ୍ଧମାଳ ସାସଂଦ -ବିପ୍ରଚରଣ ବାରିକ, ଉପଦକ୍ଷ – ହିମାଂଶୁ ଶେଖର ବାରିକ, ଅଧକ୍ଷା – ଗୀତାଞ୍ଜଳି ବେହେରା ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ,ସ୍ୱାସ୍ଥ୍ୟ କର୍ମୀ ଏବଂ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।