82

ବାଇକ ଡିକି ଭାଙ୍ଗି ଟଙ୍କା ଚୋରି ଅଭିଯୋଗରେ:୨ ଲୁଟେରା ଗିରଫ

ଗଞ୍ଜାମ,୦୩/୦୯(ମନୋଜ ପାତ୍ର):ଗତ ୧୪ ତାରିଖରେ ପୋଲସରା ଥାନା ଅନ୍ତର୍ଗତ ନରସିଂହ ପଲ୍ଲୀ ଛକ ନିକଟରେ ଏକ ପଲସର ଗାଡିର ଡିକି ଭାଙ୍ଗି ଟଙ୍କା ଚୋରି ଅଭିଯୋଗ ରେ ପୋଲସରା ଥାନାରେ କେସ ନଂ ୨୧୮/୨୦ ରେ ମାମଲା ରୁଜୁ ହୋଇଥିଲା ।ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି।ଘଟଣା ଅନୁଯାୟୀ ଜାଣିବାକୁ ମିଳିଛି ଯେ, ହାତୀଓଟ ଗ୍ରାମର ଅମରେନ୍ଦ୍ର ବିଶ୍ୱାଳ ନିଜ ମିନି ବ୍ୟାଙ୍କ ସକାଶେ ପୋଲସରା ଷ୍ଟେଟବ୍ୟାଙ୍କ ଶାଖା କାର୍ଯ୍ୟାଳୟରୁ ନଗଦ ଟଙ୍କା ଉଠାଇ ନିଜ ବାଇକ ଡିକିରେ ରଖି ଫେରୁଥିଲେ ।ଫେରିବା ସମୟରେ ଅନ୍ୟ କୌଣସି ଏକ କାମ ନିମନ୍ତେ ନରସିଂହ ପଲ୍ଲୀରେ ବାଇକଟିକୁ ରାସ୍ତା ପାର୍ଶ୍ୱରେ ରଖିବା ସହ ନିଜ କାର୍ଯ୍ୟରେ ବ୍ୟସ୍ତ ରହିଲେ ।ଏହି ସମୟରେ ଦୁଇ ଜଣ ଲୁଟେରା ପୋଲସରା ଷ୍ଟେଟବ୍ୟାଙ୍କ ଠାରୁ ଅମରେନ୍ଦ୍ର ଙ୍କ ପିଛାକରି ବାଇକର ଡିକି ଭାଙ୍ଗି ଟଙ୍କା ଲୁଟିନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ।ଏହି ଘଟଣା ସମ୍ପର୍କରେ ଅମରେନ୍ଦ୍ର ଥାନାରେ ଅଭିଯୋଗ କରିଥିଲେ ଏବଂ ଏହି ଅଭିଯୋଗ ପରେ ତଦନ୍ତ କରି ବ୍ୟାଙ୍କର ସିସିଟିଭି ଫୁଟେଜ ଜରିଆରେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୧ଲକ୍ଷ ୧୦ ହଜାର ଟଙ୍କା ଏବଂ ସେମାନେ ବ୍ୟବହାର କରୁଥିବା ବାଇକ ଜବତ କରିଛି ପୋଲିସ ।ଗିରଫ ଦୁଇ ଜଣ ବ୍ୟକ୍ତି କୋଦଳା ଅଞ୍ଚଳର ଶିବ ଚୌଧୁରୀ ଓ ପି. କ୍ରିଷ୍ଣା ବୋଲି ଥାନା ଅଧିକାରୀ ଜିତେନ୍ଦ୍ର ମଲ୍ଲିକଙ୍କ ଠାରୁ ସୂଚନା ମିଳିଛି ।

Spread the love