Skip to content
ଗଞ୍ଜାମ,୦୨/୦୯(ମନୋଜ ପାତ୍ର): ହିଞ୍ଜିଳି ଥାନା ଅନ୍ତର୍ଗତ ସାପୁଆପଲ୍ଲୀ ଓ ଶାସନ ଆମ୍ବଗାଁ ମଧ୍ୟରେ ଥିବା ଏକ ଲଟାବୁଦା ନିକଟରେ ଖଣ୍ଡବିଖଣ୍ଡିତ ହୋଇ ଏକ ଗଳିତ ଶବ ପଡିରହିଥିବା ଦେଖିବାକୁ ମିଳିଛି। ଗଳିତ ଶବକୁ ଦେଖି ଗ୍ରାମବାସୀ ହିଞ୍ଜିଳି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ମୃତକ ଜଣକ ସାପୁଆପଲ୍ଲୀ ଗ୍ରାମର ପୀତବାସ ସେଠୀ (୫୫) ବୋଲି ପରିଚୟ ମିଳିଛି। ମୃତ୍ୟୁ ବ୍ୟକ୍ତିଙ୍କ ଗୋଟିଏ ହାତ ନଥିବା ବେଳେ ବ୍ୟବହାର କରିଥିବା ସାର୍ଟ ଓ କିଛି ଖାତା ଘଟଣା ସ୍ଥଳରେ ପଡିଥିବାର ଦେଖିବାକୁ ମିଳିଛି।ମୃତ ବ୍ୟକ୍ତି ଜଣକ ୪ ଦିନ ହେଲା ନିଖୋଜ ଥିଲେ।ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲ ପଠାଇଥିବା ବେଳେ ହିଞ୍ଜିଳି ଥାନା କେଶ ନମ୍ୱର୍ ୨୨/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ସୂତ୍ରରୁ ପ୍ରକାଶ।