Skip to content
ବ୍ରହ୍ମପୁର,୦୨/୦୯(ମନୋଜ ପାତ୍ର):କେଶରିୟା ହିନ୍ଦୁ ବାହିନୀ,ଗଞ୍ଜାମ ଜିଲ୍ଲା ତରଫରୁ”ନଗର ବନ ପ୍ରକଳ୍ପ’ ସକାଶେ ରାଜସ୍ବ ବିଭାଗୀୟ ଅଧିକାରୀ ଟି. ଆଓ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।ଏହି ଅବସରରେ ସଂଘ ସଭାପତି ମଧୁସୂଦନ ସାହୁ, ରାଜ୍ୟ ଯୁବ ସଂଯୋଜକ ଗଜେନ୍ଦ୍ର ଚୌଧୁରୀ, ବ୍ରହ୍ମପୁର ମହାନଗର ଅଧ୍ୟକ୍ଷ ନାଗେଶ କୁମାର ବେହେରାଙ୍କ ଉପସ୍ଥିତରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ଘୋଷିତ’ନଗର ବନ(ଅର୍ବାନ ଫରେଷ୍ଟ)ପ୍ରକଳ୍ପ’ ଆଧାରିତ ବ୍ରହ୍ମପୁର ସହରର ଜନସଂଖ୍ୟା ଅନୁସାରେ ୫ଲକ୍ଷ ବର୍ଗ ଫୁଟ ଜମିରେ ‘ଏକ ବ୍ୟକ୍ତି ଏକ ବର୍ଗ ଫୁଟ ହିସାବରେ ୫୦ ହଜାର ବୃକ୍ଷ ରୋପଣ ପାଇଁ ଅନୁମତି ମଗାଯାଇଛି ।ଗତ ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଦ୍ଵାରା ଘୋଷିତ ଭାରତରେ ୨୦୦ଟି ‘ନଗର ବନ(ଅର୍ବାନ ଫରେଷ୍ଟ)ସ୍ଥାନୀୟ ଜନସାଧାରଣ, ବେସରକାରୀ ସଂସ୍ଥା, ମୁନିସିପାଲିଟି,କର୍ପୋରେଟ ଏବଂ ବନ ବିଭାଗ ସହାୟତାରେ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଛନ୍ତି ।ଏଥିପାଇଁ ଓଡ଼ିଶା ସରକାର ରାଜ୍ୟର ୫ଟି ମହାନଗର ନିଗମରେ ନଗର ବନ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ୧୩କୋଟି ୮୪ଲକ୍ଷ ଟଙ୍କା ଅଟକଳ ପ୍ରସ୍ତୁତି କରିଛନ୍ତି।ବ୍ରହ୍ମପୁର ସହରରେ ବଢୁଥିବା ଜନସଂଖ୍ୟା,ଜଳବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି ମହତ ଉଦ୍ଧେଶ୍ୟକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ କେଶରିୟା ହିନ୍ଦୁ ବାହିନୀ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସ୍ମାରକ ପତ୍ର ପ୍ରଦାନ କରିଥିଲେ ।