80

ଛାଡିଗଲା ବନ୍ୟା,ଉଜୁଡିଗଲା ଧାନ ଫସଲ;ଚିନ୍ତାରେ ଚାଷୀକୂଳ

ରାଜନଗର,୨ା୯,(ପ୍ରିୟବ୍ରତ ଓଝା): ରାଜନଗର ବ୍ଲକରେ ବନ୍ୟା ଜଳ କମିବାରେ ଲାଗିଛି । ବନ୍ୟା ଛାଡିଯିବା ପରେ ଧାନ ଫସଲ ଉଜୁଡି ଯାଇଛି । ଦୀର୍ଘ କିଛିବର୍ଷ ଧରି ବନ୍ୟା ହେଉନଥିବାରୁ ଧୋୟା ଅଂଚଳର ଚାଷୀମାନେ ଚଳିତବର୍ଷ ଧଳାସ୍ୱର୍ଣ୍ଣ, ହଜାର ଏକ, ପ୍ରତୀକ୍ଷା ପ୍ରଭୃତି ଶଙ୍କର ଜାତୀୟ ଅଧିକ ଅମଳକ୍ଷମ ଧାନ ଚାଷ କରାଯାଇଥିଲା । ସପ୍ତାହରୁ ଉର୍ଦ୍ଧ୍ୱ ଦିନ ବନ୍ୟାଜଳ ଜମି ରହିବା ଯୋଗୁଁ ଧାନ ଗଛ ବୁଡି ଯାଇଥିଲା । ପାଣି କମିବା ପରେ ଜମିକୁ ଦେଖି ଚାଷୀକୂଳ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସେପ୍ଟେମ୍ବର ମାସ ଆରମ୍ଭ ହୋଇଥିବାରୁ ଧାନ ରୁଆ ସରି ଯାଇଥିଲା । ଧାନ ତଳି ଆଉ ନାହିଁ । ପଚି ଯାଇଥିବା ଧାନ ବିଲରେ ତଳି ପ୍ରସ୍ତୁତ କରି ରୁଆ କାର୍ଯ୍ୟ କରିବା ଆଉ ସମ୍ଭବ ନୁହେଁ । ଏହି ବ୍ଲକର ବନ୍ଧପଡା, ଓସ୍ତିଆ, ବେଲପାଳ, ରାଜପୁର, କେରଡାଗଡ, ରାଜନଗର, ମହୁଲିଆ, ଚାନ୍ଦିବାଉଁଶମୂଳ ପଚାଂୟତର ୩୫ଟି ଗାଁ ପ୍ରଭାବିତ ହୋଇଛି । ସରକାର ବନ୍ୟା ପ୍ରଭାବିତ ଗାଁର ଚାଷୀମାନଙ୍କୁ ଡାଳୁଅ ଚାଷ ପାଇଁ ବିହନ, ସାର, ଔଷଧ ସହ ପନିପରିବା ଚାଷ ପାଇଁ ମଞ୍ଜି ଓ ସାର ଯୋଗାଇବାକୁ ସାଧାରଣରେ ଦାବୀ ହେଉଛି ।
Spread the love