Skip to content
ବ୍ରହ୍ମପୁର,୦୨/୦୯(ମନୋଜ ପାତ୍ର):କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ଲାଞ୍ଜିଆ ପଞ୍ଚାୟତର ପାହାଡ଼ ତଳି ବୁଦାଲୁଣ୍ଡି ଗ୍ରାମରୁ ପ୍ରଚୁର ପରିମାଣର ଦେଶୀ ମଦ ଜବତ କରିଛି ପ୍ରଶାସନ I କୁକୁଡାଖଣ୍ଡି ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଓ.ଏସ.ଡି ଆକାଶ ପଟ୍ଟନାୟକ ଏବଂ ବ୍ରହ୍ମପୁର-୨ ଅବକାରୀ ବିଭାଗର ମିଳିତ ଚଢ଼ାଉ କ୍ରମେ ୨୫୦୦ ଲିଟରରୁ ଅଧିକ ଗୁଡ଼ ମିଶ୍ରିତ ମଦ ସମେତ ୧୨୦ ଲିଟର ଦେଶୀ ପୋଚ ମିଶ୍ରିତ ମଦ ଜବତ କରିଛି ପ୍ରଶାସନ I ମଦ ନିର୍ମାଣ ସାମଗ୍ରୀ ସମେତ ପ୍ଲାଷ୍ଟିକ ବ୍ୟାରେଲ ରସ ହାଣ୍ଡି ଜବତ କରିଛି ଅବକାରୀ ବିଭାଗ I