124

ଦିନିକିଆ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଯୋଗ ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଗଞ୍ଜାମ,୦୧/୦୯ (ମନୋଜ ପାତ୍ର) : ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଓଡିଶା ବିଧାନସଭା ବାଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ର ନିଜ ନିର୍ବାଚନ ମଣ୍ଡଳୀକୁ ଦିନିକିଆ ଗସ୍ତରେ ଆସି ଦିଗପହଣ୍ଡି ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟରେ ଯୋଗ ଦେଇ ଉଦଘାଟନ କରିଥିଲେ । ମାନ୍ୟବର ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ନିଜ ନିର୍ବାଚନ ମଣ୍ଡଳୀକୁ ଦିନିକିଆ ଗସ୍ତରେ ବାହାରି ମଙ୍ଗଳବାର ସକାଳୁ ପୂର୍ବାହ୍ନ ୧୦ ଘଣ୍ଟ ସମୟରେ ଦିଗପହଣ୍ଡିରେ ପହଞ୍ଚିବା ପରେ ଦଳିୟ କର୍ମୀ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ ।ଏହାପରେ ପ୍ରଥମେ ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମରେ ପହଞ୍ଚି ଗ୍ରାମର ୧ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ନୂତନ ରାଧାନାଥ ପାଠାଗାରର ଉଦଘାଟନ କରିଥିଲେ ।ସେହିଭଳି ୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଗ୍ରାମୀଣ ବଜାର ମାର୍କେଟ କମ୍ପ୍ଲେକ୍ସକୁ ଉଦଘାଟନ କରିଥିଲେ ।ପରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ଓଡ଼ିଶା – ମୋ ପରିବାର ଆନୁକୂଲ୍ୟରେ ଆୟୋଜିତ ଜୀବନ ବିନ୍ଦୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସ୍ଥାନୀୟ ସରପଞ୍ଚଙ୍କ ବି. କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ୫୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ , ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍. ନିରଞ୍ଜନ ରେଡ୍ଡୀ , ବିଡ଼ିଓ ହଳଧର ଶବର , ବ୍ଳକ ବିଜେଡି ସଭାପତି ଉଦୟନାଥ ସ୍ବାଇଁ , ନଗର ସଭାପତି ପ୍ରମୋଦ ପାଣିଗ୍ରାହୀ , ସରପଞ୍ଚ ସଂଘ ସଭାପତି କେ. ହରିବନ୍ଧୁ ରେଡ୍ଡୀ , ନିମଖଣ୍ଡିପେଣ୍ଠ ସରପଞ୍ଚ ବିଭୂତି ଭୂଷଣ ମହାପାତ୍ର ଆଇନ ପରାମର୍ଶଦାତା ରାମକୃଷ୍ଣ ପାଢ଼ୀ , ସମିତି ସଭ୍ୟ ସୁଶାନ୍ତ ସେଠୀ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୈାରାଙ୍ଗ ଲେଙ୍କା , ଜିଆରଏସ ସନ୍ତୋଷ ପାତ୍ର , ନାଏବ ସରପଞ୍ଚ ପ୍ରତିନିଧି ମନୋଜ ଚୌଧୁରୀ ଓ ୨୫ ନଂ ଜୋନ ଜିଲ୍ଲା ପରିଷଦ ପ୍ରତିନିଧି ରବିଚନ୍ଦ୍ର ଗୈାଡ ପ୍ରମୁଖ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ । ଏହାପରେ ବାଚସ୍ପତି ଶ୍ରୀ ପାତ୍ର ବଡଡୁମୁଳା ପଞ୍ଚାୟତ ଅନ୍ତର୍ଗତ ବାଗଡା ଗ୍ରାମରେ ରାଜ୍ୟ ସରକାରଙ୍କ ଦ୍ଵାରା ଧାର୍ଯ୍ୟ ହୋଇଥିବା ୫୨ ଲକ୍ଷ ଟଙ୍କା ଦେୟରେ ଗ୍ରାମ୍ୟ ପାନୀୟ ଜଳଯୋଗାଣ ନିମନ୍ତେ ଭୂମିପୁଜା କାର୍ଯ୍ୟରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁ , ଓଏସଡି ରାଜକିଶୋର ପଟ୍ଟନାୟକ , ଗ୍ରାମ୍ଯ ପାନୀୟଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ଜ୍ୟୋତିରଞ୍ଜନ ବିଶ୍ବାସରାୟ , ପୂର୍ବତନ ସମିତି ସଭ୍ୟ ରମେଶ ପାଢ଼ୀ , ସରପଞ୍ଚ ଲକ୍ଷ୍ମୀ ସେଠୀ , ଜିଲ୍ଲା ପରିଷଦ ରାଜେନ୍ଦ୍ର ଦୋରା , ଶୀର୍ଷ କମିଟି ପୂର୍ବତନ ସମ୍ପାଦକ ରମେଶ ପାତ୍ର ଉପସ୍ଥିତ ରହିଥିଲେ । ସେହିପରି କରପଡା ପଞ୍ଚାୟତ ଅନ୍ତର୍ଗତ ବାଲିଝୋଡି ଗ୍ରାମରେ ଆମ ଗାଁ ଆମ ବିକାଶ କାର୍ଯ୍ୟରେ ଦିଆ ଯାଇଥିବା କମ୍ଯୁନିଟି ହଲ , ହରିଜନ ସାହିିିରେ ନବନିର୍ମିତ କୋଠଘରର ଉଦଘାଟନ କରି ଫେରିଥିବା ଜଣାପଡିଛି । ଏଥିରେ ଅନ୍ଯ୍ୟମାନଙ୍କ ମଧ୍ୟରେ କରପଡା ସରପଞ୍ଚ ପ୍ରତିନିଧି ବିଶ୍ବନାଥ ପ୍ରଧାନ , ବିଜେଡି ଯୁବନେତା ଫନେନ୍ଦ୍ର କୁମାର ଗୋସ୍ୱାମୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ କୋଭିଡ କଟକଣା ନିୟମକୁ ମାନି କରାଯାଇଥିଲା

Spread the love