201

ପରଲୋକରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ, ୩୧ା୮: ପରଲୋକରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ତାଙ୍କ ପରଲୋକ ସମ୍ପର୍କରେ ସୂଚନା ଦେଇଛନ୍ତି ପୁଅ ଅଭିଜିତ ମୁଖାର୍ଜୀ । ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ବୟସ ହୋଇଥିଲା । ସେ ଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଫୁସଫୁସ୍ ସଂକ୍ରମଣରେ ପୀଡ଼ିତ ହୋଇ ସେ ଚିକିତ୍ସିତ ହେଉଥିଲେ । ୨୦୧୨ରୁ ୨୦୧୭ ଯାଏଁ ରାଷ୍ଟ୍ରପତି ପଦରେ ଥିଲେ ।୧୯୬୯ମସିହାରେ ପ୍ରଥମ ଥର ପାଇଁ ରାଜ୍ୟସଭା ସାଂସଦ ସେ ହୋଇଥିଲେ । ୧୯୬୯ରୁ ୨୦୦୨ ପର୍ଯ୍ୟନ୍ତ ସଂସଦର ଉଚ୍ଚସଦନକୁ ନିର୍ବାଚିତ ହୋଇଥିଲେ । ୨୦୦୪- ୧୨ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୦ରୁ ୮୪ ରାଜ୍ୟସଭା ନେତା ଭାବେ ଦାୟିତ୍ୱ ତୁଲାଇଥିଲେ । ୧୯୯୧ରୁ ୯୬ ପ୍ଲାନିଂ କମିଶନ ଉପାଧ୍ୟକ୍ଷ ଥିଲେ । ପ୍ରଣବ ମୁଖାର୍ଜୀ ୨୦୧୨ରେ ଦେଶର ରାଷ୍ଟ୍ରପତି ହୋଇଥିଲେ ଏବଂ ୨୦୧୭ ପର୍ଯ୍ୟନ୍ତ ସେ ଏହି ପଦରେ ରହିଥିଲେ। ୨୦୧୯ରେ ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା। ପ୍ରଣବ ମୁଖାର୍ଜୀଙ୍କ ନିଧନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ଵିଟ୍ କରି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ରାମନାଥ କୋବିନ୍ଦ ଟ୍ଵିଟ୍‌ କରି ଲେଖିଛନ୍ତି ପ୍ରଣବ ମୁଖାର୍ଜୀଙ୍କ ନିଧନ ଖବର ଶୁଣି ଦୁଃଖିତ। ତାଙ୍କର ଚାଲିଯିବା ଏକ ଯୁଗର ଅନ୍ତ ଘଟିଛି। ପ୍ରଣବ ଦେଶର ସେବା କରିଛନ୍ତି। ଆଜି ତାଙ୍କର ପରଲୋକରେ ପୂରା ଦେଶ ମର୍ମାହତ।

Spread the love