158

ପୁରୀରେ ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା

ପୁରୀ,୩୦/୮:  ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷ ଠାରେ ମାନ୍ୟବର ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମା ପ୍ରଶାସନିକ ଅଧିକାରୀ,ଜଳ ସମ୍ପଦ ଅଧିକ୍ଷଣ ଯନ୍ତ୍ରୀ ଙ୍କ ସହ ବର୍ତ୍ତମାନ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ର ମୁକାବିଲା ସମ୍ପର୍କ ରେ ବିସ୍ତୃତ ସମୀକ୍ଷା କରିଥିଲେ I ଉକ୍ତ ବୈଠକ ରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ , ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ପ୍ରଦୀପ କୁମାର ସାହୁ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ସୁବାସ ନାଥଶର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ଜଳ ସମ୍ପଦ (ସେଣ୍ଟ୍ରାଲ ସର୍କଲ )ସୁପେରିଟେଂଡିଗ ଇଞ୍ଜିନିଅର ଚିନ୍ମୟ ରାଉତ , ଏକଜୁକୁଟୀଭ ଇଞ୍ଜିନିଅର (ଡ୍ରେନେଜ) ଭଗବାନ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ I ଶ୍ରୀ ଦାସବର୍ମା ଜିଲ୍ଲାରେ ଥିବା ଦୟା , ଭାର୍ଗବୀ , ରତ୍ନଚିରା , ଲୁଣା ଏବଂ ମକରା ନଦୀର ବିଭିନ୍ନ ସ୍ଥାନ ରେ ଅସୁରକ୍ଷିତ ନଦୀବନ୍ଧ ଗୁଡିକ ଉପରେ ତୀକ୍ଷଣ ନଜର ରଖିବା ପାଇଁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ I ମହାନଦୀ ରୁ ଉପରୋକ୍ତ ନଦୀଗୁଡିକୁ ୫ ଲକ୍ଷ କିଉସେକ ଜଳ ପ୍ରବାହିତ ହେବା ର ସମ୍ଭାବନା ରହିଛି ଯାହାକି ଚିଲିକା ହ୍ରଦରେ ମିଶିବ I ପୁରୀ ଜିଲ୍ଲା ରେ ଏକ ମଧ୍ୟମ ଧରଣ ର ବନ୍ୟା ହୋଇ ପରେ ବୋଲି ଶ୍ରୀ ଦାସବର୍ମା ଆଶଙ୍କା ପ୍ରକାଶ କରିଥିଲେ ଏବଂ ଏହାର ମୁକାବିଲା ନିମନ୍ତେ NDRF ଓ ODRAF ଟିମ ର ମୃତୟନ କରିବା ସହ ବନ୍ୟା ପ୍ରଭାବିତ ଲୋକ ଙ୍କୁ ଅତ୍ୟାବଶକୀୟ ସ୍ୱାସ୍ଥ୍ୟ ସେବା ଓ ସ୍ଵଛ ପାନୀୟ ଜଳ ଯୋଗାଣ ନିମନ୍ତେ ପ୍ରସ୍ତୁତ ରହିବା ପାଇଁ ସେ ପରାମର୍ଶ ଦେଇଥିଲେ I ଏଥି ସହ ରିଲିଫ ଏବଂ ପୁନରୁଦ୍ଧାର ପାଇଁ ପ୍ରସ୍ତୁତ ରହିବା ପାଇଁ ଶ୍ରୀ ଦାସବର୍ମା ଜିଲ୍ଲାପ୍ରଶାସନ କୁ ନିର୍ଦେଶ ଦେଇଥିଲେ I ରାଜସ୍ୱ ଅଧିକାରୀ ମାନଙ୍କୁ ବନ୍ୟା ପରେ ଅତି ଶୀଘ୍ର ଫସଲ କ୍ଷୟ କ୍ଷତି ର ଆକଳନ କରିବା ପାଇଁ କୁହା ଯାଇଥିଲା I ଜିଲ୍ଲପାଳ ଗତ କାଲି ଭିଡିଓ କନଫରେନସିଙ୍ଗ ମାଧ୍ଯମ ରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତହସିଲଦାର ଏବଂ ଥାନା ଅଧିକାରୀ ମାନଙ୍କ ସହ ବନ୍ୟା ପରିସ୍ଥିତି ର ମୁକାବିଲା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ଏବଂ ଜିଲ୍ଲା ପ୍ରଶାସନ ସମସ୍ତ ପରିସ୍ଥିତି ର ଦୃଢ଼ ମୁକାବିଲା ପାଇଁ ସମ୍ପୂର୍ଣ ସଜାଗ ଏବଂ ପ୍ରସ୍ତୁତ ଅଛି ବୋଲି ପ୍ରକାଶ କରିଥିଲେ I
Spread the love