ଆୟୁଷ ଡ଼ାକ୍ତର ମାନଙ୍କୁ ନେଇ ଜରୁରୀ ବୈଠକ, ତତ୍କାଳ ଚିକିତ୍ସା ଯୋଗାଇବା ରାପିଡ଼୍ ଆକ୍ସନ ଟିମ୍
ଆଳି,୨୯/୮(ଓଡ଼ିଆନ୍ ମିଡ଼ିଆ): ଆଳି ବ୍ଲକ୍ ପାଳିମି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଗୋବିନ୍ଦ ସ୍ୱାସ୍ଥ୍ୟକେନ୍ଦ୍ରରେ ବନ୍ୟାପାଣିରେ ବୁଡ଼ି ରହିଛି । ଏହି କାରଣରୁ ପାଳିମିରେ ଏକ ସ୍କୁଲ ଘରେ ଅସ୍ଥାୟୀ ଭାବେ ସ୍ୱାସ୍ଥ୍ୟକେନ୍ଦ୍ର ଚାଲୁଥିବାର ଜଣାପଡ଼ିଛି । ସେହିଭଳି ଗୋବିନ୍ଦପୁରରେ ସ୍ୱାସ୍ଥ୍ୟକେନ୍ଦ୍ରରେ ପାଣି ପଶିବାରୁ ଅଚଳ ହୋଇପଡ଼ିଛି ସ୍ୱାସ୍ଥ୍ୟକେନ୍ଦ୍ର । ଏହି କାରଣକୁ ନେଇ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ପ୍ରମୋଦ କୁମାର ପ୍ରହରାଜ ବ୍ଲକ୍ର ସମସ୍ତ ଆୟୁଷ ଡ଼ାକ୍ତର ମାନଙ୍କୁ ନେଇ ଏକ ଜରୁରୀ ବୈଠକ କରିଛନ୍ତି । ବନ୍ୟା ସମୟରେ ଲୋକମାନଙ୍କୁ ତତ୍କାଳ ଥଣ୍ଡା ଜ୍ୱର, ଝାଡ଼ା ଭଳି ଚିକିତ୍ସା କରିବା ନେଇ ପରାମର୍ଶ ଦେଇଛନ୍ତି । ପ୍ରତ୍ୟେକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ହାଲୋଜିନ୍ ବଟିକା, ଓଆର୍ଏସ୍ ଏବଂ ସାପକାମୁଡ଼ା ଇଞ୍ଜେକସନ୍ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ୍ ରଖିବା ପାଇଁ ଫାର୍ମାସିଷ୍ଟ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ରାଷ୍ଟ୍ରୀୟ ବାଳ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଆୟୁଷ୍ ଡ଼ାକ୍ତର ଏବଂ କର୍ମଚାରୀ ମାନଙ୍କୁ ନେଇ ରାପିଡ଼୍ ଆକ୍ସନ ଟିମ୍ ଗଠନ କରିଛନ୍ତି । ଏହି ଟିମ୍ ତତ୍କାଳ ଲୋକମାନଙ୍କ ନିକଟରେ ପହଂଚି ପ୍ରାଥମିକ ଚିକିତ୍ସା ଯୋଗାଇବା ନେଇ ଡ଼ାକ୍ତର ପ୍ରହରାଜ ସୂଚନା ଦେଇଛନ୍ତି ।