110

ଏସପିଙ୍କୁ ସୁରକ୍ଷା ମାଗିଲେ ମା ଓ ଭିନ୍ନକ୍ଷମ ପୁଅ

ବ୍ରହ୍ମପୁର,୨୯/୮(ମନୋଜ ପାତ୍ର):ବ୍ରହ୍ମପୁର ଲକ୍ଷ୍ମଣ ନଗର ନିବାସୀ ରଞ୍ଜୁ ବେହେରା ଏବଂ ଭିନ୍ନକ୍ଷମ ପୁଅ ସନ୍ତୋଷ ବେହେରା ଜୀବନ ପ୍ରତି ବିପଦ ରହିଥିବା ଅଭିଯୋଗ କରି ସୁରକ୍ଷା ନିମନ୍ତେ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ଦ୍ୱାରସ୍ଥ ହୋଇଛନ୍ତି l ରଞ୍ଜୁ ବଡବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡି ନକୁଳ ବେହେରାଙ୍କୁ ବିବାହ କରିଥିଲେ lତେବେ ନକୁଳ ପୂର୍ବରୁ ପ୍ରଥମ ବିବାହ ହୋଇସାରିଥିଲେ lଏହାପରେ ରଞ୍ଜୁଙ୍କ ସହିତ ପ୍ରଥମ ବିବାହ କଥା ଲୁଚାଇ ଦ୍ୱତୀୟ ବିବାହ କରିଥିଲେ lତେବେ ଗ୍ରାମବାସୀଙ୍କ ସହଯୋଗରେ ଉଭୟ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା lଦୁଇ ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡା ସୃଷ୍ଟି ହେଉଥିଲା lସ୍ଥାନୀୟ ଲୋକଙ୍କ ସହଯୋଗରେ ମଧ୍ୟ ତାହାକୁ ଆପୋଷ ସମାଧାନ କରାଯାଉଥିଲା l ନକୁଳ ପଥର ଚିପ୍ସ କାରଖାନା ପରିଚାଳନା କରୁଥିଲେ lବ୍ୟବସାୟ ନିମନ୍ତେ ଆବଶ୍ୟକ ପଡିଲେ ରଞ୍ଜୁଙ୍କ ଠାରୁ ଟଙ୍କା ନେଇଥାନ୍ତି lଗତ କିଛିଦିନ ପୂର୍ବେ ନକୁଳଙ୍କ ଦେହ ହଟାତ ଖରାପ ହେତୁ ରଞ୍ଜୁ ଚିକିତ୍ସା ନିମନ୍ତେ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ lଏହାପରେ ଚଞ୍ଚକତା କରି ନକୁଳଙ୍କ ଅଧିକ ଚିକିତ୍ସା ପାଇଁ ବିଶାଖାପାଟଣା ଦ୍ୱତୀୟ ପତ୍ନୀଙ୍କ ପରିବାର ଲୋକ ନେଇ ଯାଇଥିଲେ କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲେ ସୁଦ୍ଧା ଶୁଦ୍ଧିକ୍ରିୟା ପର୍ଯନ୍ତ କୌଣସି ସୂଚନା ଦେଲେ ନାହିଁ lବର୍ତ୍ତମାନ ରଞ୍ଜୁ ଚଳିବା ପାଇଁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡୁଛି ଏଣୁ ସ୍ୱାମୀଙ୍କ ରହିଥିବା ଫେଂକ୍ଟ୍ରିରୁ କିଛି ସହାୟତା ପାଇଁ ଯାଇଥିଲେ lସେଠାରେ ତାଙ୍କୁ ଓ ଭିନ୍ନକ୍ଷମକୁ ଦୁର୍ବ୍ୟବହାର କରିବା ସହିତ ଜୀବନରୁ ମାରିବାକୁ ଦ୍ୱତୀୟ ପତ୍ନୀଙ୍କ ସମ୍ପର୍କୀୟ ଶଙ୍କର ବେହେରା ଧମକ ଦେଇଥିବା ରଞ୍ଜୁ ଏସପି ଅନୁପସ୍ଥିତ ଥିବା ହେତୁ ଅତିରିକ୍ତ ଏସପିଙ୍କୁ ଅଭିଯୋଗ କରିଛନ୍ତି l
Spread the love