138

କାହିଁକି ଭୁବନେଶ୍ଵର ଆସିଥିଲେ ରିୟା !

ଭୁବନେଶ୍ଵର ୨୭/୮: ସୁଶାନ୍ତ ସିଂହ ରାଜପୁତ ମାମଲାରେ ଏବେ ରିୟାଙ୍କ ଭୁବନେଶ୍ଵର ଲିଙ୍କ୍ ବିଷୟରେ ଜଣା ପଡ଼ିଛି। ରିୟାଙ୍କ ହ୍ବାଟସଆପ୍ ଚାଟରେ ସେ ଭୁବନେଶ୍ଵର ଆସିଥିବା କଥା ଜଣା ପଡ଼ିଛି। ରିୟା ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ସିମୋନ୍ ଖମ୍ବୋଟାଙ୍କ ସହ ହ୍ବାଟସଆପରେ ଭୁବନେଶ୍ବରରେ ଡ୍ରଗ୍ସ୍ ମିଳୁଥିବା କଥା ଲେଖିଛନ୍ତି। ଏହି ହ୍ବାଟସଆପ୍ ଚାଟ୍ ୨୦୨୦ ,ମାର୍ଚ୍ଚ ୧୮ତାରିଖର ବୋଲି ଜଣା ପଡ଼ିଛି। ସେ ସିମୋନଙ୍କୁ ଭୁବନେଶ୍ବର ଗଞ୍ଜେଇ ଏବଂ ସବୁପ୍ରକାର ନିଶା ଦ୍ରବ୍ୟର ଭଲ ପେଣ୍ଠସ୍ଥଳୀ ବୋଲି କହିଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଆହୁରୀ ଛନ୍ଦି ହେବାରେ ଲାଗିଛି । ସିବିଆଇ ଏହାର ଜୋରଦାର ତଦନ୍ତ ଚଳାଇଥିବା ବେଳେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଡ୍ରଗ୍ସ ଲିଙ୍କ ଥିବା ଚର୍ଚ୍ଚା ଜୋର ଧରିଛି । ଏଭଳି ପରିସ୍ଥିତିରେ ଡିଜିପି ଅଭୟ ନିଜର ପ୍ରତିକ୍ରିିୟା ରଖିଛନ୍ତି । ସେ କହିଛନ୍ତି ଯେ, ‘ ଏହି ମାମଲାର ତଦନ୍ତ ସ୍ୱତନ୍ତ୍ର ସଂସ୍ଥା ବା ଏନସିପି କରୁଛି, ସେନେଇ ଆମେ କିଛି କହିପାରିବୁ ନାହିଁ । ଆମ ସହ ଏ ପ୍ରସଙ୍ଗରେ ଯୋଗାଯୋଗ କରାଯାଇନାହିଁ । ତଦନ୍ତକାରୀ ସଂସ୍ଥା ସହାୟତ ମାଗିଲେ ଓଡିଶା ପୋଲିସ ସମ୍ପୂର୍ଣ୍ଣ ସହାୟତ କରିବ ବୋଲି ଡିଜିପି କହିଛନ୍ତି । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ସମ୍ବନ୍ଧୀୟ ତଥ୍ୟ ଜଡିତ ହେବାପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମାମଲା ରୁଜ୍ଜୁ କରିଛି | NCB ରିୟା ଚକ୍ରବର୍ତ୍ତୀ, ଶୋଭିକ ଚକ୍ରବର୍ତ୍ତୀ, ଜୟା ଶାହା, ଶ୍ରୁତି ମୋଦୀ ଏବଂ ଗୌରବ ଆର୍ୟା ବିରୋଧରେ ମାମଲା ରୁଜ୍ଜୁ କରିଛି | ସମସ୍ତଙ୍କ ବିରୋଧରେ ନିଶା ଔଷଧ ଓ ମାଦକ ପଦାର୍ଥ ନିରୋଧକ ଅଧିନିୟମ NDPS ର ବିଭିନ୍ନ ଧାରା ଲଗାଯାଇଛି | NCB ଯାଞ୍ଚ ପାଇଁ ମୁମ୍ବାଇ ଯିବ | ଏହି ମାମଲାରେ ଦିଲ୍ଲୀ ଜୋନାଲ ଡ଼ାଇରେକ୍ଟର ଆଇପିଏସ ଅଧିକାରୀ କେ.ପି.ଏସ ମାଲହୋତ୍ରାଙ୍କ ଟିମ ଯାଞ୍ଚ କରିବ | ରିୟା ଚକ୍ରବର୍ତ୍ତୀ ବିରୋଧରେ ସୁଶାନ୍ତ ସିଂହଙ୍କୁ ଡ୍ରଗ୍ସ ଦେଉଥିବା ଆରୋପ ଲଗାଯାଇଛି | ଅଭିନେତ୍ରୀ ନିଜେ ମଧ୍ୟ ଡ୍ରଗ୍ସ ସେବନ କରୁଥିବା ଏବଂ ଡିଲ କରୁଥିବା ଅଭିଯୋଗ ହୋଇଛି |

Spread the love