76

ବିଧାନସଭା ସୁରକ୍ଷା ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୭/୮(ଓଡିଆନ ମିଡ଼ିଆ): ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଧାନସଭାର ସୁରକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ଦାସଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଏବଂ ଉପହାର ପ୍ରଦାନପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି । ବିଧାନସଭାରେ ପ୍ରାୟ ୯ ବର୍ଷ କାଳ ସୁରକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଥିବା ଶ୍ରୀ ଦାସ ନିକଟରେ ପଦୋନ୍ନତି ପାଇଛନ୍ତି । ସେ ଏହାପରେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ (ଏଚ୍‌ଆର୍‌ପିସି) ଭାବେ ଯୋଗଦାନ କରିବେ । ଏହି ସମ୍ବର୍ଦ୍ଧନା ପ୍ରଦାନ ସମୟରେ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀଙ୍କ ସମେତ ବିଧାନସଭାର ପଦାଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।
Spread the love