ଆଜିର ବ୍ୟସ୍ତ ବହୁଳ ଜୀବନରେ ମଣିଷ ନିଜ ଶାରୀରିକ ଓ ମାନସିକ ସୁସ୍ଥ ରହିବାର କଳା ଭୁଲିଯାଇଛି। ଆଧୁନିକତାର ପ୍ରଭାବରେ ସର୍ବଦା ନିଜକୁ ମାନସିକ ଓ ଶାରିରୀକ ଭାବରେ ସୁସ୍ଥ ରଖିବାରେ ବିଫଳ ହୋଇଯାଇଛି। ଅର୍ଥ ଉପାର୍ଜନକୁ ଗୁରୁତ୍ଵ ଦେଇ ନାନାଦି ମାନସିକ ଓ ଶାରିରୀକ ରୋଗ ରେ ଶିକାର ହେଉଛି। ପ୍ରକୃତ ସମ୍ପଦ ଠାରୁ ଦୂରେଇ ଯାଇ ଭ୍ରମରେ ପଡିଯାଉଛି। କୁହାଯାଏ ସ୍ଵାସ୍ଥ୍ୟ ହିଁ ସମ୍ପଦ, କାରଣ ଏହା ଠାରୁ କିଛି ସମ୍ପଦ ନାହିଁ। ଚିନ୍ତା କରନ୍ତୁ ସ୍ଵାସ୍ଥ୍ୟ ଠିକ୍ ନ ଥିଲେ ଆମର ସବୁ ଅସାର ହୋଇଯାଏ। ଆଜିର ମଣିଷ ପ୍ରକୃତି ଠାରୁ ବହୁ ଦୂରରେ ରହି ମାନସିକ ଓ ଶାରିରୀକ ରୋଗରେ ଶିକାର ହେଉଛି। ଫଳ ରେ ଅନିଦ୍ରା , ରକ୍ତଚାପ, ଅବସାଦ , ଭ୍ରମ, ମାନସିକ ଅସ୍ଥିରତା ଭଳି ରୋଗ ତାକୁ ଆକ୍ରାନ୍ତ କରିଚାଲିଛି । ଏବେ ଗବେଷଣାରୁ ଜଣା ପଡ଼ିଛି ଯଦି ଆମେ ଦୁଇ ଘଣ୍ଟା ପ୍ରକୃତି କୋଳରେ ବିତେଇବା ଅର୍ଥାତ୍ ପାଖ ଜଙ୍ଗଲ ହେଉ ବା ପାହାଡ କୋଳ ବା ନଦୀ ପଠାରେ ରହିଲେ ଆମର ରକ୍ତଭାର କମ୍ ହୋଇଥାଏ । ଏହାଛଡା ମାନସିକ ସ୍ଥିରତା ମଧ୍ୟ ହୋଇଥାଏ। ପ୍ରକୃତି ସହ ରହିଲେ ଶରୀରର ମାଂସପେଶୀର ଉତ୍ତେଜନା କମ୍ ହୋଇଥାଏ। ଫଳରେ ଶରୀର କଷ୍ଟ ଲାଘବ ହୋଇଥିଲା ଏବଂ ମାନସିକ ଅସ୍ଥିରତା ଓ ଅବସାଦ ଦୂର ହୋଇଥାଏ।
ଡାକ୍ତର ଚଣ୍ଡ।°ଶୁ ଭୂଷଣ ସୂତାର