106

ଗାଁ ଲୋକେ ଯଦି ସତର୍କ ରହିବେ କରୋନା ସଂକ୍ରମଣରୁ ମୁକ୍ତ ରହିବେ : ଗଞ୍ଜାମ ଜିଲ୍ଲାପାଳ

ଗଞ୍ଜାମ,୨୪/୮(ମନୋଜ ପାତ୍ର): ସୋମବାର ପୂର୍ବାହ୍ନରେ ଛତ୍ରପୁରଠାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ, ଶିଶୁ ବିକାଶ ଯୋଜନା ଅଧିକାରୀ, ବ୍ଲକ୍‌ ଶିକ୍ଷା ଅଧିକାରୀ, ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହିତ କୋଭିଡ ପରିଚାଳନାକୁ ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଲୋଚନା କରିଥିଲେ l ଆକ୍ଟିଭ କେସ୍‌ଗୁଡ଼ିକ ଶୂନ୍ୟ କରିବା, ଦୋକାନ ଖୋଲିବା ସମୟ ବୃଦ୍ଧି, ସାମାଜିକ ଦୂରତ୍ୱ, ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ପ୍ଲାଜମା ଦାନ, ଡାକ୍ତରଖାନାରେ ଆଡମିଶନ୍‌, ଡିସଚାର୍ଜ ଓ ମୃତ୍ୟୁ ଜନିତ ସମସ୍ତ ବିଷୟ ନେଇ ଆଜିର ଆଲୋଚନା ଅନୁଷ୍ଠିତ ହୋଇଥିଲା।
ଇତିମଧ୍ୟରେ ଜିଲ୍ଲାର ପ୍ରବେଶ ଓ ପ୍ରସ୍ଥାନ କୋହଳ କରାଯାଇଛି l ଏଣୁ ବାହାରୁ ଆସୁଥିବା ବ୍ୟକ୍ତି ଓ ପ୍ରବାସୀମାନଙ୍କ ଦ୍ୱାରା ହିଁ ସଂକ୍ରମଣର ସମ୍ଭାବନା ଯଥେଷ୍ଟ ରହିଛି l ଏହାକୁ ଦୃଷ୍ଟିରେ ରଖି ପଞ୍ଚସୂତ୍ରୀ ପାଳନ ସହିତ ପୂର୍ବ ଯୋଜନାଗୁଡ଼ିକ ଆହୁରି କଡ଼ାକଡ଼ି କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ lଗ୍ରାମ ସ୍ତରରେ ଗଠିତ ହୋଇଥିବା ଗ୍ରାମ୍ୟ କମିଟିର ଭୂମିକା ବର୍ତ୍ତମାନ ସମୟରେ ଗୁରୁତ୍ୱପୂର୍ଣ୍ଣ l ଗାଁ ଲୋକଙ୍କ ଦ୍ୱାରାହିଁ ଗ୍ରାମକୁ ଆସୁଥିବା ଏବଂ ଯାଉଥିବାଯିବା ଲୋକଙ୍କ ଉପରେ ନଜର ରଖିହେବ। ଗାଁ କମିଟି ଯେତେ ସତର୍କତା ଅବଲମ୍ବନ କରି କାର୍ଯ୍ୟ ସଂପାଦନା କରିବେ ତାଙ୍କ ଗ୍ରାମ ସେତେ କରୋନା ସଂକ୍ରମଣରୁ ମୁକ୍ତ ରହିବ।ଏହି ଭିଡିଓ କନ୍ଫରେନ୍ସିଂ ରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ,ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ,ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ,ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଆର. ଜଗଦୀଶ ପଟ୍ଟନାୟକଙ୍କ ସମେତ ଜିଲ୍ଲାର ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l
Spread the love