158

ମୁଁ ବି ବଞ୍ଚିବାକୁ ଚାହେଁ

ମହୁରୀ କାଳୁଆ ପୀଠରେ ” ମୁଁ ବି ବଞ୍ଚିବାକୁ ଚାହେଁ “କାର୍ଯ୍ୟକ୍ରମ ମାଧ୍ୟମରେ ବୃକ୍ଷ ରୋପଣ 
ଗଞ୍ଜାମ,୨୪/୦୮(ମନୋଜ ପାତ୍ର) : ସୋମବାର କୁକୁଡାଖଣ୍ଡି ବ୍ଲକ୍ ଅନ୍ତର୍ଗତ ପ୍ରସିଦ୍ଧ ଶକ୍ତିପୀଠ ମା ମହୁରୀ କାଳୁଆଙ୍କ ପୀଠ ପରିସରରେ ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ବୃକ୍ଷ ସୁରକ୍ଷା ଅଭିଯାନ “ମୁଁ ବି ବଞ୍ଚିବାକୁ ଚାହେଁ “କାର୍ଯ୍ୟକ୍ରମ ମାଧ୍ୟମରେ ବୃକ୍ଷ ରୋପଣ କରାଯାଇଥିଲା l ସବୁଜ ବାହିନୀ ପକ୍ଷରୁ ପୀଜୁଳି,ବାହାଡା,ଶାହାଡା,ନର କୋଳି,ବେଲ,ଗୁଆ ଗଛ ଆଦି ବିଭିନ୍ନ କିସମର ଚାରା ରୋପଣ କରାଯାଇଥିଲା l ଏଥି ସହିତ ମନ୍ଦିରର ଚର୍ତୁପାଶ୍ବରେ ଥିବା ଗଛ ମାନଙ୍କରେ ଲଗାଯାଇଥିବା ବ୍ୟାନର,ପୋଷ୍ଟର,ଲୁହା ତାର ଓ ଲୁହାକଣ୍ଟା ବାହାର କରାଯାଇଥିଲା ।କାହିଁକିନା ବୃକ୍ଷର ମଧ୍ୟ ଜୀବନ ଅଛି ଏଭଳି କଣ୍ଟା,ଲୁହା ତାର ମାରିବା ଦ୍ବାରା ତାର ଆୟୁଷ ମଧ୍ୟ କ୍ଷୟ ହେଉଛି । ଏହି କାର୍ଯ୍ୟକ୍ରମରେ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ,ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର ପାତ୍ର,ସଂପାଦକ ବିଜେନ୍ଦ୍ର ମାଝୀ,ଦିପକ ପାତ୍ର,ବନମାଳୀ ପ୍ରଧାନ,ସନିଆ ଗୌଡ,ଏମ୍ ପ୍ରକାଶ ,ଶିବରାମ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Spread the love