ବ୍ରହ୍ମପୁର,୨୩/୮(ଓଡିଆନ ମିଡ଼ିଆ):ସଦର ଥାନା ପୋଲିସ ବୋମାମାଡ ଘଟଣାର ଛାନଭିନ କରୁଥିବା ବେଳେ ଏକ ବାଇକ ଲୂଟେରା ଗ୍ୟାଙ୍ଗକୁ ଠାବ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ପକ୍ଷରୁ ସୂଚନା ମିଳିଛି । ବ୍ୟାଙ୍କ କଲୋନୀ ବୋମା ମାଡ଼ ଘଟଣାରେ ସଦର ଥାନା ପୋଲିସ ଦୁର୍ବୁତ୍ତ ଙ୍କୁ ଧରିବା ପାଇଁ ଚେଷ୍ଟା ଚଳେଇଥିବା ବେଳେ ୪ଜଣ ବାଇକ ଲୁଟେରାଙ୍କ ସହ ଜଣେ ଚୋରି ବାଇକ କିଣିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି ବୋଲି ସଦର ଥାନାଧିକାରୀ ସନ୍ତୋସିନୀ ଓରାମଙ୍କ ଠାରୁ ସୂଚନା ମିଳିଛି । ଅଭିଯୁକ୍ତ ମାନେ ହେଲେ ଜି. ଜଗନ୍ନାଥ ପୁର ଗ୍ରାମର ପି.କାଳିଆ ପାତ୍ର(୨୨), ଏଲ.ଶିବା ପାତ୍ର(୨୨) ,ଭାବିନିପୁର ଗ୍ରାମର ଲିପୁନ ଦାସ(୧୯) ,ଦିପୁ ଦାସ(୨୦) ଏବଂ ଚୋରୀ ବାଇକ କିଣିବା ଅଭିଯୋଗରେ ମସିଆଖାଲି ଗ୍ରାମର ନୀଳ ଦାସ(୨୫)ଙ୍କୁ ଗିରଫ କରି ସଦର ଥାନା କେସ ନଂ ୨୧୮/୨୦ ମାମଲା ଅନୁସାରେ ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ପୋଲିସ କହିଛି । କାଳିଆ ଓ ଶିବା ଏହି ଦୁଇ ଜଣ ବିଭିନ୍ନ ସ୍ଥାନରୁ ଗାଡି ଚୋରି କରି ବିକ୍ରି କରିବା ପାଇଁ ଲିପୁନ ଓ ଦିପୁ କୁ ଦେଉଥିଲେ ବୋଲି ପୋଲିସ ଜେରା ବେଳେ ଜାଣିବାକୁ ପାଇଛି ।ଘଟଣାରୁ ପ୍ରକାଶ ଯେ,ଗତ କିଛିଦିନ ତଳେ ବାସୁଦେବ ନଗର ଅଞ୍ଚଳରୁ ପ୍ରଶାନ୍ତ ମିଶ୍ରଙ୍କ (ଓଡ଼ି ୦୭ଏସ ୯୪୭୭)ନମ୍ବର ବିଶିଷ୍ଟ ହିରୋ ଗ୍ଲାମର ଚୋରୀ ହୋଇଥିବା ବେଳେ ବ୍ୟାଙ୍କ କଲୋନୀରୁ ଚୋରୀ ହୋଇଥିବା ଅନ୍ୟ ଏକ ବାଇକ ମଧ୍ୟ ପୋଲିସ ଜବତ କରିଥିବା ସୂଚନା ଦେଇଛି ।
184