177

କୁକୁଡ଼ାଖଣ୍ଡି ବ୍ଲକରେ କରୋନା ଆକ୍ରାନ୍ତଙ୍କୁ ସଂଗରୋଧ କୀଟ ପ୍ରଦାନ ।

ବ୍ରହ୍ମପୁର,୨୦/୮(ମନୋଜ ପାତ୍ର): ଓଡ଼ିଆ ସରକାରଙ୍କ ଡିଆରଡିଏ କାର୍ଯ୍ୟାଳୟ ପକ୍ଷରୁ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ଘରୋଇ ସଂଘରୋଧରେ ରହୁଥିବା ସମସ୍ତ ବ୍ୟକ୍ତିଙ୍କୁ ହୋମ ଆଇସୋଲେସନ କୀଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ଏହି ନିର୍ଦ୍ଦେଶ ଅନୁଯାୟୀ କୁକୁଡ଼ାଖଣ୍ଡି ବ୍ଳକ ପ୍ରଶାସନ ପକ୍ଷରୁ ବିଡିଓ ଗଦାଧର ପାତ୍ର, ତହସିଲଦାର ଇପ୍ସିତା ପ୍ରିୟଦର୍ଶୀନୀ ମିଶ୍ର, ଓଏସଡି ଆକାଶ ପଟ୍ଟନାୟକ ଓ ଆଇସିଡିଏସ ସୁପ୍ରଭାଇଜର ମାନେ ପ୍ରତି ପଞ୍ଚାୟତ ବୁଲିବା ସହ ଘରୋଇ ସଂଘରୋଧରେ ରହୁଥିବା ବ୍ୟକ୍ତିଙ୍କୁ ସଂଗରୋଧର ଆବଶ୍ୟକୀୟ ସାମଗ୍ରୀ କୀଟ ପ୍ରଦାନ କରିଛନ୍ତି। ଏହି କୀଟରେ ଦୁଇଟି ମାସ୍କ, ଗୋଟିଏ ସାନିଟାଇଜର ଓ ଆବଶ୍ୟକୀୟ ଔଷଧ ଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଡିଆରଡିଏ ପକ୍ଷରୁ କୁକୁଡ଼ାଖଣ୍ଡି ବ୍ଲକକୁ ୨୫୦ କୀଟ ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି ବିଡିଓ ଶ୍ରୀ ପାତ୍ର ।
Spread the love