Skip to content
ଗଞ୍ଜାମ,୧୯/୮(ଓଡିଆନ ମିଡିଆ ) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଶପଡା ପଞ୍ଚାୟତର ୯ ନଂ ୱାର୍ଡ ସଭ୍ୟ ରହିଥିବା ସାମନ୍ତରାପୁର ଗ୍ରାମର କେ. ଜୁରିଆ ରେଡ୍ଡୀ (୫୫)ଙ୍କ ମଙ୍ଗଳବାର କରୋନାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଜୁରିଆଙ୍କ ନିକଟରେ କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ତାଙ୍କର କୋଭିଡ ପରୀକ୍ଷା କରାଯାଇ ପଜିଟିଭ ଚିହ୍ନଟ ହୋଇଥିଲା । ଡାକ୍ତରଙ୍କ ପରାମର୍ଶ ସତ୍ତ୍ୱେ ପ୍ରଥମେ ଜୁରିଆ କୋଭିଡ ହସ୍ପିଟାଲକୁ ଯିବା ପାଇଁ ପଛଘୁଞ୍ଚା ଅମଙ୍ଗ ହୋଇଥିଲେ ମଧ୍ୟ ପରେ ଅବସ୍ଥା ଗୁରୁତର ହେବାରୁ ଗତ ପାଞ୍ଚ ଦିନ ପୂର୍ବେ ତାଙ୍କୁ କଟକ ଅଶ୍ବିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘୋଷଣା ହୋଇଥିଲା । ଜୁରିଆ ଜଣେ କର୍ମଠ , ସରଳ, ଏବଂ ପରୋପକାରୀ ବ୍ୟକ୍ତି ଥିବାବେଳେ ତାଙ୍କର ଏଭଳି ଦୁଃଖଦ ବିୟୋଗରେ ଓଡିଶା ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଗଭୀର ଶୋକ ପ୍ରକାଶ କରଥିବା ଦିଗପହଣ୍ଡି ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ଏମ.ନିରଞ୍ଜନ ରେଡ୍ଡୀ , ସରପଞ୍ଚ ପ୍ରତିନିଧି ଏସ.ଗାନ୍ଧୀ ଦୋରା , ବି. ବାଲାଜୀ ରେଡ୍ଡୀ ପ୍ରମୁୁଖ ଗଭୀର ଶୋକ ପ୍ରକଟ କରିବା ସହ ଶୋକାକୁଳ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।