ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହୋଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଣି ଏମ୍ସ୍ ରେ ଭର୍ତ୍ତି ହୋଇଛନ୍ତି। ସୋମବାର ରାତି ପ୍ରାୟ ୨ଟା ବେଳେ ଅମିତ ଶାହାଙ୍କୁ ଦିଲ୍ଲୀ ‘ଏମ୍ସ୍’ କୁ ନିଆଯାଇଥିଲା ।ଏମ୍ସ୍ ର ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ ନେତୃତ୍ବରେ ଗୁହ ମନ୍ତ୍ରୀ ଅମିତ୍ ଶାହା ଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛନ୍ତି। ‘ଏମ୍ସ୍’ର ମିଡିଆ ଓ ପ୍ରୋଟକଲ୍ ଡିଭିଜନ୍ର ଅଧ୍ୟକ୍ଷା ଡାକ୍ତର ଆରତି ବିଜ୍ । ତାଙ୍କ ନମୁନାରେ କୋଭିଡ୍-୧୯ ନେଗେଟିଭ୍ ବାହାରିଛି। କୋଭିଡ୍ ପରବର୍ତ୍ତୀ ଚିକିତ୍ସା ନିମନ୍ତେ ତାଙ୍କୁ ଏମ୍ସ୍ ରେ ଭର୍ତ୍ତି କରାଯାଇଛି। ସେ ଆରାମ ଅନୁଭବ କରୁଛନ୍ତି ଓ ଡାକ୍ତରଖାନାରେ ଥାଇ ତାଙ୍କ କାର୍ଯ୍ୟ ସମ୍ପାଦନ କରୁଛନ୍ତି।
88