138

ଏଗ୍ ଏନଭଲପ୍

ଆବଶ୍ୟକ ସାମଗ୍ରୀ : ୪ଟି ଅଣ୍ଡା, ୨ କପ୍ ମଇଦା, ୧ଟି କଟା ପିଆଜ, ୧ ବିଡ଼ା କଟା ଧନିଆ ପତ୍ର, ଦେଢ଼ ଛୋଟଚାମଚ ଚାଟ୍ ମସଲା, ୧ ଛୋଟଚାମଚ ଗୋଲମରିଚ ଗୁଣ୍ଡ, ଅଳ୍ପ ଗରମମସଲା, ୧/୪ ଚାମଚ ଲେଖାଏଁ ଧନିଆଗୁଣ୍ଡ ଓ ଜିରାଗୁଣ୍ଡ, ଅଧା କପ ରିଫାଇନ୍, ଟିପେ ଖାଇବା ସୋଡ଼ା ଓ ସ୍ଵାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତ ପ୍ରଣାଳୀ : ମଇଦାରେ ଅଳ୍ପ ଲୁଣ, ସୋଡ଼ା ଓ ୪ ଚାମଚ ତେଲ ଦେଇ ଭଲଭାବରେ ଚକଟି ରଖନ୍ତୁ । ଗୋଟିଏ ପାତ୍ରରେ ଅଣ୍ଡାକୁ ଫଟାଇ ସମସ୍ତ ସାମଗ୍ରୀକୁ ଭଲ ଭାବରେ ମିଶାଇ ଫେଣ୍ଟନ୍ତୁ । ଏବେ ପ୍ୟାନରେ ତେଲ ଗରମ କରି ଜିରା ଫୁଟାଇ ଆମଲେଟ୍ ତିଆରି କରନ୍ତୁ । ଏବେ ମଇଦା ଚକଟାକୁ ଟିକେ ବଡ଼ ଗୁଳା କରି ବେଲନ୍ତୁ ଏବଂ ଛୁରିରେ କାଟି ଚାରିକୋଣିଆ କରନ୍ତୁ । ମଝିରେ ଅଣ୍ଡା ଆମ୍‌ଲେଟ୍‌କୁ ରଖ୍ ଏନଭଲପ ଆକାରରେ ଚାରି ପଟରୁ ଭାଙ୍ଗି ସାମାନ୍ୟ ପାଣି ହାତରେ ଚାପି ମୁହଁ ବନ୍ଦକରି ପ୍ୟାନ୍ ରେ ଅଳ୍ପ ତେଲ ଦେଇ ଦୁଇପଟ ସେକି ଭାଜି ଦିଅନ୍ତୁ । ଏବେ ଏହାକୁ ଛୁରିରେ ଚାରିଖଣ୍ଡ କରି କାଟି ଚିଲି, ଟମାଟୋସସ୍ ଓ କଟା ପିଆଜ ସହିତ ପରିବେଷଣ କରନ୍ତୁ ।

Spread the love