143

ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳିତ

ବ୍ରହ୍ମପୁର,୧୫/୮(ମନୋଜ ପାତ୍ର):ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ଖଲ୍ଲିକୋଟ କଲେଜ ଷ୍ଟାଡିୟମ ପରିସରରେ ପାଳନ ହୋଇଯାଇଛି l ଏହି ଉପଖଣ୍ଡ ସ୍ତରୀୟ ଉତ୍ସବରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି. ଆଓ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶାନ୍ତି, ମୈତ୍ରୀ, ସମୃଦ୍ଧି ସ୍ୱାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ତାଙ୍କର ଅଭିଭାଷଣରେ ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ତା ସହିତ ଦେଶର ସ୍ୱାଧୀନତା ପାଇଁ ଯେଉଁ ମହାପୁରୁଷମାନେ ନିଜ ଜୀବନକୁ ବାଜି ଲଗେଇ ବଳିଦାନ ଦେଇ ସ୍ୱାଧୀନତା ଆଣିଦେଇ ସେମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଦେଶ ସ୍ୱାଧୀନତା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆମେ ଦଳିତ, କୁସଂସ୍କାର, ସନ୍ତ୍ରସବାଦ, ମାଓବାଦ ଆଦି ଭିନ୍ନ ପ୍ରକାର ସାମାଜିକ ଅର୍ଥନୈତିକ ବିରୁଦ୍ଧରେ ସଂଗ୍ରାମ କରିବାକୁ ପଡ଼ିବ l ଆଜି ସାରା ଭାରତ ବର୍ଷରେ ଆମ ସାମ୍ମନାରେ ଛିଡ଼ା ହୋଇଛି କରୋନା ମହାମାରୀ l ଆମେ ଏହି ବିପଦକୁ ନିଜକୁ ଜଣେ ଜଣେ କରୋନା ଯୋଦ୍ଧା ଭାବି ପ୍ରତିହତ କରିବାକୁ ପଡ଼ିବ l ସାରା ବିଶ୍ୱରେ ଦେଖାଦେଇଥିବା ଏହି ମହାମାରୀ କରୋନା ଆମ ରାଜ୍ୟର କୋଣ ଅନୁକୋଣରେ ବ୍ୟାପି ଚାଲିଛି, ତା ମଧ୍ୟ ଗଞ୍ଜାମ ଜିଲ୍ଲାରେ ଏହାର ବ୍ୟାପକତା ସମଗ୍ର ରାଜ୍ୟରେ ଅତ୍ୟଧିକ ହୋଇ ଅନେକ ଧନ ଜୀବନ ହାନି ଘଟିଛି l ଏହି କରୋନା ମୁକାବିଲା ଦିଗରେ ଆମ ଗଞ୍ଜାମ ଜିଲ୍ଲାର କାର୍ଯ୍ୟରତ କରୋନା ଯୋଦ୍ଧାମାନଙ୍କ ଭୂମିକା ଅତି ଉଚ୍ଚ କୋଟିର ବୋଲି ପ୍ରକାଶ କରିଥିଲେ ଶ୍ରୀ ଆଓ l ଏହି ଉପଖଣ୍ଡ ସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ଉତ୍ସବରେ ବ୍ରହ୍ମପୁର ଉପଜିଲ୍ଲାପାଳ ତଥା ପାଳନ କମିଟିର ଅଧ୍ୟକ୍ଷ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ,ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକୀ ମିଶ୍ର,ଭି. କ୍ରିତି ଭାସନ(ଭା. ପ୍ର. ସେ) ଯୋଗ ଦେଇଥିଲେ lଏହି ଉତ୍ସବରେ ସମ୍ମାନିତ ଅତିଥିଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇଥିଲେ l କିନ୍ତୁ କରୋନା ଯୋଦ୍ଧା ଭାବେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ଜନସାଧାରଣଙ୍କୁ ସେବା ଯୋଗାଇଥିବା ଆଗଧାଡ଼ିର ଡାକ୍ତର, ସ୍ଵାସ୍ଥ୍ୟ କର୍ମୀ, ଆଶlକର୍ମୀ,ଅଙ୍ଗନବାଡି କର୍ମୀ, ଶିକ୍ଷକ,ପୋଲିସ, ଅଗ୍ନିଶମ ଓ ସଫେଇ କର୍ମଚାରୀ ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟ ଅତିଥି ଶ୍ରୀ ଆଓ l ଏହା ସହିତ ଆନ୍ତର୍ଜାତିକ ସ୍ତରରେ ସମ୍ମାନିତ ହୋଇଥିବା “ମାସ୍କ” ପ୍ରାମାଣିକ ଚଳଚ୍ଚିତ୍ର ପାଇଁ ତଥା ଶ୍ରେଷ୍ଠ କୋଭିଡ ଯୋଦ୍ଧା ଭାବେ ବ୍ରହ୍ମପୁର ଏସ.ଡି. ଏମ .ଓ ଡଃ ଶ୍ୱେତ କୁମାର ଦାସ ଏବଂ ଉକ୍ତ ମାସ୍କ ପ୍ରାମାଣିକ ଚଳଚ୍ଚିତ୍ରରେ ଭଲ ଅଭିନୟ କରିଥିବା ନବମ ଶ୍ରେଣୀର ଛାତ୍ର ଅଜୟ ଚୌଧୁରୀଙ୍କୁ ମଧ୍ୟ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା l ଏହି ଉତ୍ସବରେ ବ୍ରହ୍ମପୁର ଆର. ଆଇ ଅଫ୍ ପୋଲିସ ଦିଲ୍ଲୀପ କୁମାର ବେହେରା ପ୍ୟାରେଡ଼ ପରିଚାଳନା କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମଗୁଡ଼ିକ ସମ୍ପାଦିତ ହୋଇଥିଲା l ଲୋକସମ୍ପର୍କ ଅଧିକାରୀଙ୍କ ପରିଚାଳନାରେ ବିଭାଗୀୟ ବରିଷ୍ଠ କର୍ମଚାରୀ ଗୌରୀ ଶଙ୍କର ଶତପଥୀ ଓ ଲୋକନାଥ ଶତପଥୀ ସହଯୋଗ କରିଥିଲେ l

Spread the love