121

ଗୋ ଘୃତ ଖାଉଛନ୍ତି କି? ଜାଣନ୍ତୁ କେତେ ଉପକାରୀ ।

ଚାଣକ୍ୟ ଙ୍କ ମତରେ “ଘୃତ ବିନା ଭୋଜନ , ଭୋଜନ ନୁହେଁ” ଅର୍ଥାତ୍ ତୁମେ ଯାହା ଖାଇଲେବି ଘୃତ ନିହାତି ଦରକାର। ଆୟର୍ବେଦ ରେ ପ୍ରତିଦିନ ଖାଇବା ଦ୍ରବ୍ୟ ମଧ୍ୟରେ ଘୃତ କୁ ଶ୍ରେଷ୍ଠ ବୋଲି କୁହାଯାଇଛି ଘୃତ ତ୍ରିଦୋଷ ଯଥା ବାତ, ପିତ୍ତ ଓ କଫ କୁ ଶାନ୍ତ  କରିଥାଏ।ଏହା ମେଧା,ବଳ କାରକ। ଶିଶୁ ମାନଙ୍କର ମାନସିକ ଶକ୍ତି ବୃଦ୍ଧି ରେ ସାହାଯ୍ୟ କରିଥାଏ। ଭାରତୀୟ ସଂସ୍କୃତି ରେ ଗୋ ଘୃତ ଏକ ପବିତ୍ର ଦ୍ରବ୍ୟ ଭାବରେ ଗ୍ରହଣ କରାଯାଇଛି। ପୂଜା ବ୍ରତ ହୋମ ସହ ସମସ୍ତ ମାଙ୍ଗଳିକ କାର୍ଯ୍ୟରେ ଘୃତ ବିନା କିଛି ବି ହୋଇ ପାରେନା। ଆଧୁନିକ ଗବେଷଣା ରୁ ଜଣାଯାଇଛି ଗୋ ଘୃତ ମଣିଷ କୁ କର୍କଟ ରୋଗ ଠାରୁ ଦୂର କରିଥାଏ। ଶରୀର ରେ ରୋଗ ପ୍ରତଷେଧକ ଶକ୍ତି ବଢ଼ାଇବାରେ ଖୁବ୍ ସାହାଯ୍ୟ କରିଥାଏ। ଫଳ ରେ ରୋଗ ହେବାର ଆଶଙ୍କା କମିଯାଇଥାଏ। ଘୃତ ରେ mono unsaturated omega 3s ନାମକ fat ରହିଥାଏ । ଏହା ହୃଦୟ କୁ ସୁସ୍ଥ ରଖି ଥାଏ।ଏହା ସହ fat soluble vitamins ଯଥା A,D,E,K ରହି ଥାଏ ଯାହାକି  ମସ୍ତିଷ୍କ  କୁ ସୁସ୍ଥ ରହିବାରେ ସାହାଯ୍ୟ କରିଥାଏ ଏହା ଛଡା ଘୃତ ଚର୍ମ କୁ ସତେଜ ସହ ମଣିଷ କୁ ଦୀପ୍ତି ମାନ କରିଥାଏ।

 

Spread the love